Home ଓଡ଼ିଶା ଓଡ଼ିଶାବାସୀଙ୍କୁ ନିବେଦନ କଲେ ନିରଞ୍ଜନ

ଓଡ଼ିଶାବାସୀଙ୍କୁ ନିବେଦନ କଲେ ନିରଞ୍ଜନ

194

ଭୁବନେଶ୍ୱର ୧୫-୫ (ଓଡ଼ିଆ ପୁଅ) – ନଅଙ୍କ ଦୂର୍ଭିକ୍ଷ ପରେ ସେହିପରି ବିପତି କରୋନା ମହାମାରୀ ଓଡ଼ିଶାରେ ଦେଖାଦେଇଛି। ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଏହି ସଂକଟ ସମୟରେ ଓଡ଼ିଶାବାସୀଙ୍କୁ ନିବେଦନ କରିଛନ୍ତି କି ଯାହାର ଯେଉଁ ଶକ୍ତି ଅଛି ତାକୁ ହୃଦୟତାର ସହ ବିନିଯୋଗ କରି ଓଡ଼ିଶାବାସୀଙ୍କୁ ସେବା କରିବାକୁ ଆଗେଇ ଆସିବା ପାଇଁ ଆହ୍ୱାନ କରିଛନ୍ତି। ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଅସୁସ୍ଥତା ପାଇଁ ଓଡ଼ିଶା ବାହାରେ ଅଛନ୍ତି। ସେ କେବେ ଫେରିବେ ତାହା କହିପାରୁ ନାହାଁନ୍ତି। ଯଥାଶୀଘ୍ର ଓଡ଼ିଶା ଫେରିବାକୁ ଚେଷ୍ଟା କରୁଛନ୍ତି କିନ୍ତୁ ବାହାରେ ଥାଇ ମଧ୍ୟ ପ୍ରତିିଦିନ ଯୋଗାଯୋଗ ରକ୍ଷା କରିଛନ୍ତି ଶ୍ରୀ ପଟ୍ଟନାୟକ ଏବଂ ଯଥାସମ୍ଭବ ସାହାଯ୍ୟ ଓ ସହଯୋଗ ଜାରି ରଖିଛନ୍ତି। ଯାହା ସବୁ ଖବର ଗ୍ରାମାଂଚଳ ଠାରୁ ସହର ପର୍ଯ୍ୟନ୍ତ ମିଳୁଛି ସେଥିରେ ଶ୍ରୀ ପଟ୍ଟନାୟକ ଗଭୀର ଭାବରେ ଚିନ୍ତିତ। ସମେସ୍ତ ଜାଣନ୍ତି ଓଡ଼ିଶାର ଅଧିକାଂଶ ଲୋକ ଦାରିଦ୍ର୍ୟତାରେ ଛଟପଟ ହେଉଛନ୍ତି। ଯଦି ଏହି ସମୟରେ ଆମେ ସମେସ୍ତ ମିଶି ଅଂଟା ନଭିଡ଼ିବା ଏ ଭୟାବହ ବିପତିରୁ ନିଜକୁ କିପରି ବଂଚାଇବା? ଏହି ଅବସରରେ ଶ୍ରୀ ପଟ୍ଟନାୟକ ସରକାରଙ୍କୁ ଅନୁରୋଧ କରିଛନ୍ତି ସରକାରଙ୍କ ଯେଉଁ ଭୁଲ ପାଇଁ ନଅଙ୍କ ଦୂର୍ଭିକ୍ଷ ଦେଖାଦେଇଥିଲା ସେହିପରି ଭୁଲ ପୁନର୍ବାର ସରକାର କରିବେ ନାହିଁ। ଯାହାସବୁ ଶୁଣାଯାଉଛି ସହର ଓ ଗ୍ରାମାଂଚଳକୁ ବଡ ଦ୍ରୁତଗତିରେ ସଂକ୍ରମଣ ବ୍ୟାପୁଛି। କେତେ ଲୋକ ଏଥିରେ ଆକ୍ରାନ୍ତ ହେଉଛନ୍ତି ଏବଂ କେତେ ଲୋକ ମୃତ୍ୟୁବରଣ କରୁଛନ୍ତି ସରକାରଙ୍କ ପକ୍ଷରୁ ପରିସଂଖ୍ୟାନ ଯାହା ବାହାରୁଛି ତାହା ସତ୍ୟ ନୁହେଁ। ତାହା ଠାରୁ ଅଧିକ ଲୋକ ସଂକ୍ରମଣ ହେଉଛନ୍ତି ଏବଂ ମୃତ୍ୟୁବରଣ କରୁଛନ୍ତି। ଏହା ମୋର ବ୍ୟକ୍ତିଗତ ମତ ନୁହେଁ। ଦେଶ ଓ ବିଦେଶରୁ ବିଭିନ୍ନ ସମ୍ବାଦ ସରବରାହ ସଂସ୍ଥା ପ୍ରକାଶ କରିଛନ୍ତି ଏବଂ ଏହିପରି ପରିସଂଖ୍ୟାନର ବିଚ୍ୟୁତ ଭାରତ ବର୍ଷରେ ସର୍ବାଧିକ ହୋଇଛି ବୋଲି ମତ ପ୍ରକାଶ ପାଇଛି। ବର୍ତମାନ ସମୟରେ ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ ଉଦ୍ୟମ କରାନଯାଉ। ପ୍ରଶାସନର ଦୋଷ ଓ ଦୁର୍ବଳତାର ଅଜ୍ଞତା ଓ ଉପଯୁକ୍ତ ପଦକ୍ଷେପ ନନେବା ଫଳରେ ନଅଙ୍କ ଦୁର୍ଭିକ୍ଷ ଦେଖାଦେଇଥିଲା। ଏହି ପ୍ରରୀପ୍ରେକ୍ଷୀରେ ଆମ ସମସ୍ତଙ୍କ ନୈତିକ କର୍ତବ୍ୟ ହେଉଛି ନିଜର ସାମର୍ଥ୍ୟ ଅନୁସାରେ ପାରୁ ପର୍ଯ୍ୟନ୍ତ ସମୟ, ଅର୍ଥ, ଶକ୍ତି, ସାହାସ ଓ ସାହାଯ୍ୟ କରି ଲୋକଙ୍କୁ ସେବା କରିବା। କଂଗ୍ରେସ ଦଳ ତରଫରୁ କିଛିଟା କାର୍ଯ୍ୟକ୍ରମ କରାଯାଇଛି ଏବଂ ଆସନ୍ତା ୨୧ ତାରିଖ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସରେ କରୋନା ମହାମାରୀ ପୀଡ଼ିତଙ୍କ ପାଇଁ ବିଭିନ୍ନ ସେବାକାର୍ଯ୍ୟ ଅନୁଷ୍ଠିତ ହେବ। ଯଥା: ୧ ଆମ୍ବୁଲାନ୍ସ ସେବା ଯୋଗାଇବା, ୨, ମାସ୍କ ସାନିଟାଇଜର ଔଷଧ ବିତରଣ କରିବା, ସଂକ୍ରମିତ ଲୋକଙ୍କ ରେଜିଷ୍ଟ୍ରେସନ କରି ଉପଯୁକ୍ତ ସ୍ଥାନରେ ପଂହଚାଇବା ୩.ସଂକ୍ରମିତଙ୍କ ପରିବାର ସମ୍ପର୍କୀୟଙ୍କ ଖାଇବା ପିଇବାର ବ୍ୟବସ୍ଥା କରିବା, ୪.କରୋନା ରୋଗୀଙ୍କ ମୃତ୍ୟୁର ପରବର୍ତି ସମୟ ଅନ୍ତିମ କାର୍ଯ୍ୟରେ ସାହାଯ୍ୟ କରିବା ଇତ୍ୟାଦି।
ତେଣୁ ମୋର ସମସ୍ତ କଂଗ୍ରେସ ନେତୃବୃନ୍ଦ ଓ ବନ୍ଧୁମାନଙ୍କୁ ଅନୁରୋଧ କରୁଛିକି ଏଆଇସିସି ଯେଉଁ କାର୍ଯ୍ୟକ୍ରମ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ତାଙ୍କୁ ଆନ୍ତରିକାତର ସହ କାର୍ଯ୍ୟକରିବା ଏବଂ ସର୍ବସାଧାରଣଙ୍କୁ ଅନୁରୋଧ ନିଜେ ସଚେତନ ରହି ସେବା କାର୍ଯ୍ୟ କରନ୍ତୁ ବା ଯେଉଁମାନେ ସେବାକାର୍ଯ୍ୟ କରୁଛନ୍ତି ତାଙ୍କୁ ସାହାଯ୍ୟ କରିବା ପାଇଁ ନିବେଦନ କରିଛନ୍ତି ଶ୍ରୀ ପଟ୍ଟନାୟକ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.