Home ଓଡ଼ିଶା ଯୋଡା : ପୁଲିସକୁ ଚକମା ଦେଖାଇ ଆସାମୀ ଚମ୍ପଟ, ଗାଡି ଜବତ

ଯୋଡା : ପୁଲିସକୁ ଚକମା ଦେଖାଇ ଆସାମୀ ଚମ୍ପଟ, ଗାଡି ଜବତ

66

ଯୋଡା, ୧୫ା୫ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଶନିବାର ଅପରାହ୍ନରେ ଏକ କ୍ୱିଡ (ନଂ. ଓଡି୦୯ଜେ-୦୩୬୮) କାରରେ କେତେ ଜଣ ଅପରାଧି କୌଣସି ଅପରାଧ ଘଟାଇବା ପାଇଁ ଲକ୍ଷ୍ମୀ ପୂଜା ପଡିଆରେ ଯୋଜନା କରୁଥିବା ବେଳେ ପୁଲିସ ପଇନ୍ତରା ଗାଡିକୁ ସେମାନେ ଖୁବ ଜୋରରେ କୁନ୍ଦୁରୁନାଲା ବସ୍ତି ଦେଇ ଖସି ଯିବାକୁ ଚେଷ୍ଟା କରୁଥିବା ସମୟରେ ପୁଲିସ ତାଙ୍କର ପିଛା କରିଥିଲା । ତେବେ ଆସାମୀମାନେ ଗାଡିଟିକୁ କୁନ୍ଦୁରୁନାଲା ବସ୍ତିର ଏକ ପାହାଡ ଉପରେ ଛାଡି ଦେଇ ଜଙ୍ଗଲ ଭିତରେ ଦେଇ ପୁଲିସକୁ ଚକମା ଦେଖାଇ ଚମ୍ପଟ ମାରିଥିଲେ । ତେବେ ଘଟଣା ସ୍ଥଳରେ ନୂତନ ଭାବେ ଯୋଗ ଦେଇଥିବା ଯୋଡା ଥାନା ଭାରାପ୍ରାପ୍ତ ଅଧିକାରିଣୀ ପଦ୍ମାଳୟ ସାହୁ ଏବଂ ଅନ୍ୟ ପୁଲିସ ବଳ ପହଞ୍ଚି ଗାଡିଟିକୁ ଜବତ କରିଥିଲେ । ଗାଡି ଭିତରେ ଗୋଟିଏ ଭୁଜାଲି, ଗୋଟିଏ ଖଣ୍ଡା ଏବଂ କିଛି ଗଞ୍ଜେଇ, ନିଶା ବଟିକା ଥିବା ପ୍ରତ୍ୟେକ୍ଷଦର୍ଶିଙ୍କ ଠାରୁ ଜଣାପଡିଥିଲା । ତେବେ ଗାଡିଟି କବାଟ ଲକ୍ ଥିବାରୁ ଏହାକୁ ଖୋଲିବା ପାଇଁ ମିସ୍ତ୍ରୀର ସାହାଯ୍ୟ ନିଆଯାଇଥିଲା । ପରେ ଗାଡିଟିକୁ ଯୋଡା ଥାନାକୁ ନିଆଯାଇ ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡିଛି । ତେବେ ଯୋଡା ଅଞ୍ଚଳରେ ଶନିବାର ଓ ରବିବାର ୨ ଦିନିଆ ସଟ୍‌ଡାଉନ ବଳବତ୍ତର ଥିବା ବେଳେ ଏହି ଗାଡିକି କିପରି ଭାବେ ଆସିଲା ତାହା ଏବେ ସନ୍ଦେହ ସୃଷ୍ଟି କରିଛି । ଏହି ଗାଡିଟି କେନ୍ଦୁଝର ଜିଲା ଅନ୍ତର୍ଗତ କେଶ ରଞ୍ଜନ ବାରିକ୍‌ଙ୍କ ନାମରେ ରହିଥିବା ଜଣାପଡିଛି । ତେବେ ଏହି ଘଟଣାଟି ନୂତନ ଭାବେ ଯୋଗଦେଇଥିବା ଥାନା ଭାରପ୍ରାପ୍ତ ଅଧିକାରିଣୀଙ୍କ ପାଇଁ ଏକ ଆହ୍ୱାନ ସୃଷ୍ଟି କରିଥିବା ବେଳେ ଅପରାଧିଙ୍କ ପାଖରେ ପହଞ୍ଚିବାକୁ ସେ କେତେ ସକ୍ଷମ ହେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.