Home ଅପରାଧ ସ୍ତ୍ରୀକୁ ମାଡ ଅଭିଯୋଗରେ ଶଶୁର, ଦେଢଶୁର କୋର୍ଟ ଚାଲାଣ,ସ୍ୱାମୀ ଫେରାର

ସ୍ତ୍ରୀକୁ ମାଡ ଅଭିଯୋଗରେ ଶଶୁର, ଦେଢଶୁର କୋର୍ଟ ଚାଲାଣ,ସ୍ୱାମୀ ଫେରାର

203

ମଙ୍ଗଳପୁର୧୯ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଯାଜପୁର ଜିଲ୍ଲା ପାଣିକୋଇଲି ଅଞ୍ଚଳରେ ସ୍ତ୍ରୀର ଅନୁପସ୍ଥିତିରେ ସ୍ୱାମୀର ଦ୍ୱିତୀୟ ବିବାହ ବେଳେ ସେଠାରେ ପ୍ରଥମ ସ୍ତ୍ରୀ ବିରୋଧ କରିବାରୁ ତାକୁ ମାଡ ମାରିବା ଅଭିଯୋଗରେ କୋରାଇ ପୁଲିସ ପାଣିକୋଇଲି ଗ୍ରାମର ଲାଲ ଖାଁ ଓ ତାଙ୍କ ବଡପୁଅ ମୁଜବିର ଖାଁକୁ ଗିରଫ କରି ୨୬୩/୧୯ ଦଫା ୩୪୧, ୨୯୪, ୩୨୩, ୫୦୬, ୪୯୪, ୩୪ ଆଇପିସି ଧାରାରେ କୋର୍ଟ ଚାଲାଣ କରିଥିବା ବେଳେ ସ୍ୱାମୀ ଇମ୍ରାନକୁ ଫେରାର ଥିବା ପୁଲିସ ସୁଚନା ଦେଇଛି । ପ୍ରକାଶ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ମେରଡା କାଟିଆ ଛକର ସେକ ଆଜିମୁଦ୍ଦିନ ଙ୍କ ଝିଅ ସାବିନା ବିବି(୨୫) ପାଣିକୋଇଲି ଗ୍ରାମର ଲାଲ ଖାନଙ୍କ ପୁଅ ଇମ୍ରାନ ଇମାମ ଖାନକୁ ଗତ ୨୦୧୭ମସିହା ପେୃଆରୀ ୧୧ ତାରିଖ ମୁସଲିମ ରିତୀ ନିତୀ ଅନୁଯାଇ ବିବାହ କରିଥିଲା । ସ୍ୱାମୀ ସ୍ତ୍ରୀ ଓ ତାଙ୍କ ପରିବାର ମଧ୍ୟରେ ଭଲ ସର୍ମ୍ପକ ଥିଲା । ହେଲେ ୨ମାସ ପରେ ଇମ୍ରାନ ତାର କର୍ମସ୍ଥଳୀ ସାଉଦି ଆରବ ଯାଇଥିଲେ । ସେତେବେଳକୁ ସାବିନା ୨ ମାସର ଗର୍ଭବତୀ ଥିଲେ । ହେଲେ ସ୍ୱାମୀ ବିଦେଶ ଯିବାର କିଛି ଦିନ ପରେ ଅଧିକ ଯୌତୁକ ଦାବିରେ ପରିବାରର ଶଶୁର, ଶାଶୁ, ଦିଅର ଓ ନଣନ୍ଦ ମିଶି ତାଙ୍କୁ ଅଧିକ ଯୌତୁକ ଦାବିରେ ମାନସିକ ଓ ଶାରୀରିକ ନିର୍ଯ୍ୟାତନ ଦେବା ଆରମ୍ଭ କଲେ । ନିର୍ଯ୍ୟାତନ ବଢି ଚାଲିବାରୁ ଓ ଜୀବନ ପ୍ରତି ବିପଦ ଥିବାରୁ ସାବିନା ୨୦୧୭ ଜୁଲାଇ ୧୨ ତାରିଖ ବାପଘରକୁ ପଳାଇଯାଇଥିଲେ । ପରେ ସ୍ୱାମୀ ବିଦେଶରୁ ଘରକୁ ଫେରି ସାବିନା ସହ କୌଣସି ସର୍ମ୍ପକ ରକ୍ଷା କରିନଥିଲେ । ସାବିନା ଯେତେ ସର୍ମ୍ପକ ଯୋଡିବାକୁ ଚେଷ୍ଟା କଲେ ମଧ୍ୟ ତାହା ବିଫଳ ହୋଇଥିଲା । କୌଣସି ଥଇଥାନ ବ୍ୟବସ୍ଥା ନହେବାରୁ ସେ ବାଧ୍ୟ ହୋଇ ମଙ୍ଗଳପୁର ଥାନାରେ ୨୦୧୯ ଜୁନ ୧୧ତାରିଖ ଏକ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଦଫା ୪୯୮(ଏ), ୩୨୩, ୨୯୪, ୫୦୬, ୩୪ ଆଇପିସି, ୪ଡିପି ଆକ୍ଟରେ ମାମଲା ରଜ୍ଜୁ କରି ହାତବାନ୍ଧି ବସିଲା । ଏପଟେ ଇମ୍ରାନର ଦ୍ୱିତୀୟ ବିବାହ କୋରାଇ ଥାନା ଅନ୍ତର୍ଗତ ମାଲଦା ଠାରେ ହେଉଥିବା ଖବର ପାଇଁ ସାବିନା ବିବି ସର୍ମ୍ପକୀୟଙ୍କ ସହ ସେଠାରେ ପହଂଚି ସ୍ୱାମୀର ଦ୍ୱିତୀୟ ବିବାହକୁ ବିରୋଧ କରିଥିଲା । ହେଲେ ବିବାହ ବନ୍ଦ କରିବା ତ ଦୂରର କଥା ଇମ୍ରାନର ପରିବାର ପକ୍ଷରୁ ତାଙ୍କୁ ମାଡ ମରାଯାଇ ଘଟଣାସ୍ଥଳୁ ବିଦା କରିଦିଆଗଲା । ଏନେଇ ସାବିନାର ଭାଇ ସେକ ସନି କୋରାଇ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ମହିଳାଙ୍କ ପକ୍ଷରୁ ହୋଇଥିବା ଅଭିଯୋଗକୁ ଗ୍ରହଣ କରି ଅଭିଯୁକ୍ତ ମାନଙ୍କୁ ପାଣିକୋଲିରୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.