Home କେନ୍ଦୁଝର ଆବୁଲୁପୁରା ଗ୍ରାମରେ ମନରେଗା କାର୍ଯ୍ୟରେ ଦୁର୍ନୀତି, ତଦନ୍ତ ଦାବି

ଆବୁଲୁପୁରା ଗ୍ରାମରେ ମନରେଗା କାର୍ଯ୍ୟରେ ଦୁର୍ନୀତି, ତଦନ୍ତ ଦାବି

77

ହାଟଡ଼ିହି,୧୯ / ୭/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ସୁଲଣ ପଞ୍ଚାୟତର ଆବୁଲୁପୁରା ଗ୍ରାମରେ ମନରେଗା କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଗାଁର ଯୁବକ ମାନେ ଅଭିଯୋଗ କରିଛନ୍ତି । ମନରେଗା ଯୋଜନାରେ ହେଉଥିବା କାର୍ଯ୍ୟରେ ସ୍ଥାନୀୟ ଜବକାର୍ଡଧାରୀ ଶ୍ରମିକ ମାନଙ୍କୁ କାର୍ଯ୍ୟରେ ନିୟୋଜିତ କରିବାର ଥିବାର ନିୟମକୁ ଏଠାରେ ଖୋଲାଖୋଲି ଉଲଙ୍ଘନ କରାଯାଇଛି । କୌଣସି କାର୍ଯ୍ୟରେ ଶ୍ରମି ମାନଙ୍କୁ ନିୟୋଜନ କରାନଯାଇ ମେସିନି ସାହାଯ୍ୟରେ କରାଯାଇଥିବା ଅଭିଯୋଗ ହୋଇଛି । ସେହିପରି ଗାଁରେ ଥିବା ବଣିଆଟିକର ପଡିଆଟିରେ ଗାଁର ସମସ୍ତ ପିଲାମାନେ ଖେଳାଖେଳି କରିଥାନ୍ତି । ଏହି ପଡିଆଟିକୁ ଉନ୍ନତି କରଣ କରିବା ପାଇଁ ବ୍ଲକ ପକ୍ଷରୁ ଅନୁଦାନ ଯୋଗାଇ ଦିଆଯାଇଥିଲା । । ମନରେଗା ଯୋଜନାରେ ଗାଁରେ ଏହି ଖେଳପଡିଆ ନିର୍ମାଣ କରାଯାଉଥିବାବେଳେ ଅଳ୍ପ ପରିମାଣର ମାଟି ପକାଇ ଲକ୍ଷାଧିକ ଟଙ୍କା ଉଠାଇ ନେଇଛନ୍ତି । ଏହି ପଡିଆର ଉନ୍ନତି କରଣ ପାଇଁ ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରେ ବ୍ଲକ ପକ୍ଷରୁ ୯ଲକ୍ଷ ୭୫ହଜାର ଟଙ୍କା ଯୋଗାଇ ଦିଆଯାଇଥିଲା । କିନ୍ତୁ କାମ କରୁଥିବା ଠିକାଦାର ମାନେ ମାତ୍ର ଅଳ୍ପ କିଛି ପରିମାଣର ମାଟି ପକାଇ ଅଢ଼େଇ ଲକ୍ଷରୁ ଉର୍ଦ୍ଧ ଟଙ୍କା ଉଠାଇ ନେଇଛନ୍ତି । ଏହା ଜଣାପଡିବାପରେ ଗାଁର ଯୁବ ଗୋଷ୍ଠୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେବା ସହ ଏହାର ବିରୋଧ କରିଥିଲେ । ଫଳରେ ଠିକା କାମ କରୁôତବା ବ୍ୟକ୍ତି ମାନେ ଯୁବଗୋଷ୍ଠୀଙ୍କୁ ଧମକ ଚମକ ଦେଇଥିବା ଅଭିଯୋଗ ହୋଇଛି । ସେହିପରି ଗ୍ରାମରେ ହୋଇଥିବା କମୁନିଟି ସେଣ୍ଟର ପାଖ ପଡିଆର ଉନ୍ନତି କରଣରେ ମଧ୍ୟ ସମାନ ଧରଣର ଘୋଟାଲା କରାଯାଇଛି । ଏହି କାର୍ଯ୍ୟପାଇଁ ବ୍ଲକ ପକ୍ଷରୁ ୫ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦିଆଯାଇଥିବାବେଳେ ମାତ୍ର ଅଳ୍ପ କିଛି ପରିମାଣର ମାଟି ପକାଯାଇ ଦୁଇ ଲକ୍ଷରୁ ଉର୍ଦ୍ଧ ଟଙ୍କା ଉଠାଇ ନିଆଯାଇଛି । ସେହିପରି କୋହ୍ଲ ସାହିଠାରୁ ବରଗଡିଆ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ୫ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦିଆଯାଇଥିବାବେଳେ ଠିକାଦାର ଏକ ମେସିନି ସାହାଯ୍ୟରେ ରାସ୍ତାର ଦୁଇପାଶ୍ୱର୍କୁ ତାଡି ରାସ୍ତା ଉପରେ ସେହି ମାଟିକୁ ପକାଇ ଦେଇ କାମ ସାରି ଦେଇଛି । ଗାଁରେ ହୋଇଥିବା ଆଉ ୩/୪ଟି ଉନ୍ନୟନ ମୁଳକ କାର୍ଯ୍ୟ ଠିକ ଭାବରେ ହୋଇନଥିବା ଅଭିଯୋଗ ହୋଇଛି । କେନ୍ଦୁଝର ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଓ ହାଟଡିହି ବ୍ଲକର ବିଡିଓ ଏହାର ତଦନ୍ତ କରି ଉପଯୁକ୍ତ ପଦକ୍ଷେପ ନେବାକୁ ଗ୍ରାମର ଯୁବକ ମାନେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.