Home ଜିଲ୍ଲା ପରିକ୍ରମା ରିଲିଫ୍ ଚାଉଳ ବଣ୍ଟନକୁ ନେଇ ରଣକ୍ଷେତ୍ର ପାଲଟିଲା ପଞ୍ଚାୟତ କାର୍ଯ୍ୟାଳୟ

ରିଲିଫ୍ ଚାଉଳ ବଣ୍ଟନକୁ ନେଇ ରଣକ୍ଷେତ୍ର ପାଲଟିଲା ପଞ୍ଚାୟତ କାର୍ଯ୍ୟାଳୟ

56

ଭଦ୍ରକ, ୧୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାତ୍ୟା ୟାସ୍‌କୁ ଇତିମଧ୍ୟରେ ଅଢେଇମାସ ବିତିଯାଇଛି । ତଥାପି ଭଦ୍ରକ ଜିଲାର ଉପକୂଳବର୍ତ୍ତୀ ଅଂଚଳ ଗୁଡିକର ପଛୁଆ ବର୍ଗ ଲୋକଙ୍କ ସମସ୍ୟାର ଅନ୍ତ ନାହିଁ । ଏହି ବିପନ୍ନ ପରିବାରଙ୍କ ପାଇଁ ଆସିଥିବା ରିଲିଫ୍ ଅନୁଦାନ ଆଜିପର୍ଯ୍ୟନ୍ତ ବଣ୍ଟନ କରାଯାଇନାହିଁ । ଯେଉଁଥିପାଇଁ ଆଜି ବାସୁଦେବପୁର ବ୍ଲକ୍‌ର ରାଜଘରପୋଖରୀ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ସାମାନ୍ୟ ରିଲିଫ୍ ଚାଉଳକୁ ନେଇ ଘଟିଯାଇଛି ତୁମୂଳକାଣ୍ଡ । ଆଜି ପଂଚାୟତ କାର୍ଯ୍ୟାଳୟରେ ଚାଉଳ ବଣ୍ଟନ କରିବା ପାଇଁ ଜିପିଇଓ ପହଞ୍ôଚ ତାହା ବଣ୍ଟନ ଆରମ୍ଭ କରିଥିଲେ । ମାତ୍ର ସ୍ଥାନୀୟ ଗ୍ରାମବାସୀମାନେ ତାହାକୁ ବିରୋଧ କରି ତୁମୂଳ ଗଣ୍ଡଗୋଳ ଘଟାଇଥିଲେ । ପରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ôଚ ପରିସ୍ଥିତିକୁ ସ୍ୱାଭାବିକ କରିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.