Home ଜିଲ୍ଲା ପରିକ୍ରମା ଆବାସ ଅର୍ଥ ଆତ୍ମସାତ ବିରୋଧରେ ବୃଦ୍ଧ ଦମ୍ପତିଙ୍କ ଧାରଣା

ଆବାସ ଅର୍ଥ ଆତ୍ମସାତ ବିରୋଧରେ ବୃଦ୍ଧ ଦମ୍ପତିଙ୍କ ଧାରଣା

60

ବାଲେଶ୍ୱର, ୮ା୧(ଓଡ଼ିଆ ପୁଅ/ଅଭୟ ଦାସ): ଜଳେଶ୍ୱର ବ୍ଲକରେ ବିନା କାର୍ଯ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅର୍ଥ ଆତ୍ମସାତ କରିଥିବା ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ବୃଦ୍ଧ ଦମ୍ପତି ଆଜି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଧାରଣା ଦେଇଥିବା ଦମ୍ପତି ହେଲେ ଜଳେଶ୍ୱର ବ୍ଲକ ଝାଡ଼ପିମ୍ପଳ ଗ୍ରାମର କାଳୀଚରଣ ଦଣ୍ଡପାଟଙ୍କ ପୁତ୍ର ଶଙ୍କର ଦଣ୍ଡପାଟ(୭୦) ଓ ତାଙ୍କ ପତ୍ନୀ। ସେମାନଙ୍କ ଅଭିଯୋଗ ଅନୁସାରେ ଝାଡ଼ପିମ୍ପଳ ଗ୍ରାମ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁଶାନ୍ତ କୁମାର ଜେନା, ଗ୍ରାମ ରୋଜଗାର ସେବକ (ଜିଆରଏସ)ପ୍ରଦୀପ୍ତ କିଶୋର ପ୍ରଧାନ ଓ ସଂଜୟ କୁମାର ଗିରି ପ୍ରମୁଖ ତାଙ୍କ ନାମରେ ଅନୁମୋଦିତ ଆବାସ ଅର୍ଥକୁ ଚଳୁ କରିଦେଇଥିବା ଶ୍ରୀ ଦଣ୍ଡପାଟ ଅଭିଯୋଗ ଉଠାଇଛନ୍ତି। ତାଙ୍କ ନାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ଅନୁମୋଦିତ ହୋଇଥିଲା। ତେବେ ଏ ସମ୍ପର୍କରେ ତାଙ୍କୁ କୌଣସି ସୂଚନା ଦିଆଯାଇ ନଥିଲଶ। ଏବେ ବ୍ଲକରୁ ଚିଠି ଆସିବା ପରେ ସେ ଜାଣିବାକୁ ପାଇଲେ ସେ ଆବାସ ନିର୍ମାଣ କରି ଅଦ୍ୟାବଧି ୯୦ ହଜାର ଟଙ୍କା ଉଠାଇଛନ୍ତି। ବାକି ଥିବା କାମ ଶେଷ ନ କଲେ ତାଙ୍କୁ ଫାଇନାଲ ବିଲ୍ ଅର୍ଥ ମିଳିବ ନାହିଁ ବୋଲି ଚିଠି ପାଇବା ପରେ ସେ ଏ ଘୋଟାଲା ସମ୍ପର୍କରେ ଜାଣିବାକୁ ପାଇଲେ। ଏହି ତିନିଜଣ ଫଲ୍ସ ବିଲ କରି ତାଙ୍କ ଆବାସ ଅର୍ଥ ଆତ୍ମସାତ କରିଥିବା ଶ୍ରୀ ଦଣ୍ଡପାଟ ଅଭିଯୋଗ କରିଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସାଙ୍ଗକୁ ତାଙ୍କୁ ଆବାସ କାର୍ଯ୍ୟାଦେଶ ନ ମିଳିବା ପର୍ଯ୍ୟନ୍ତ ସେ ଧାରଣାରୁ ଉଠିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ତାଙ୍କୁ ସମର୍ଥନ କରି ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ କର୍ମକର୍ତ୍ତା ସମୀର ପାତ୍ର, ବିଜେପି ନେତା ମାନସ କୁମାର ଦତ୍ତ, ସିପ୍ରା ବାଜପେୟୀ, ବିଜୟ କୁମାର ପାଣିଗ୍ରାହୀ, ଗୌରାଙ୍ଗ ଦାସ ପ୍ରମୁଖ ଧାରଣାସ୍ଥଳରେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.