Home ଓଡ଼ିଶା ଗୋରଖନାଥ ପୀଠରେ ରୋଷଘରେ ତରବରିଆ ଭାବେ ତାଲା ପକାଇଥିବାରୁ ହଜାର ହଜାର ଭକ୍ତ ପ୍ରସାଦ ନପାଇ...

ଗୋରଖନାଥ ପୀଠରେ ରୋଷଘରେ ତରବରିଆ ଭାବେ ତାଲା ପକାଇଥିବାରୁ ହଜାର ହଜାର ଭକ୍ତ ପ୍ରସାଦ ନପାଇ ଫେରିଲେ

325

ଜଗତସିଂହପୁର, ୩/୧ (ଓଡିଆ ପୁଅ/ ନୃସିଂହ ଚରଣ ବାରିକ) ଜିଲ୍ଲାର ପ୍ରସିଦ୍ଧ ବିଭୁତି କ୍ଷେତ୍ର ପ୍ରଭୁ ଶ୍ରୀ ଗୋରେଖନାଥ ପୀଠରେ ଆଜକୁ ଆବହମାନ କାଳରୁ ରୋଷଘରରେ ପ୍ରସାଦ ପ୍ରସ୍ତୁତି କରାଯାଉଥିଲା।ଉକ୍ତ ରୋଷଘରକୁ ଗୋରେଖନାଥ ମନ୍ଦିରର ମ୍ୟାନେଜିଂ ଟ୍ରଷ୍ଟି ଗତକାଲି ରାତିରେ ରୋଷଘରକୁ ସିଲ୍ କରିଛନ୍ତି। ଫଳରେ ଏହି ପ୍ରସିଦ୍ଧ କ୍ଷେତ୍ରକୁ ଓଡିଶାର ବିଭିନ୍ନ ଜିଲ୍ଲାର ଦୂର ଦୂରାନ୍ତରୁ ଆସୁଥିବା ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ପ୍ରସାଦ ନପାଇ ଭୋକ ଉପାସରେ ଫେରିଛନ୍ତି। ତେବେ ପ୍ରଭୁଙ୍କ ନିତି ପ୍ରସାଦକୁ ଛାଡ଼ି ଦେଲେ ଅନ୍ୟ କୈଣସି ଅନ୍ନ ପ୍ରସାଦ ପ୍ରଶାସନର ବିନା ଅନୁମତିରେ ରୋଷେଇ କରାଯାଇ ପାରିବ ନାହିଁ। ଏହି ସମ୍ପର୍କରେ ତରବରିଆ ଭାବେ ଟ୍ରଷ୍ଟ ତରଫରୁ ଏକ ନୋଟିସ ପୀଠ ମଧ୍ୟରେ ମରାଯାଇଛି। ଏହା ଛଡ଼ା ଜନସାଧାରଣଙ୍କ ପାଇଁ ପ୍ରସାଦ ରୋଷେଇ ହେଉଥିବା ପାକ ଶାଳାକୁ ଟ୍ରଷ୍ଟ ବୋର୍ଡ ପକ୍ଷରୁ ତାଲା ପକାଯାଇ ବନ୍ଦ କରାଯାଇଛି। ସୂଚନା ଯୋଗ୍ୟ କି ଗତ ବର୍ଷ ଅଗଷ୍ଟ ୧୫ ତାରିଖରୁ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଭକ୍ତ ତଥା ଶ୍ରଦ୍ଧାଳୁ ବ୍ୟକ୍ତିମାନଙ୍କ ପାଇଁ ସୁଲଭ ମୂଲ୍ୟରେ ପ୍ରସାଦ ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯାଇଥିଲା। ଜିଲ୍ଳାପାଳ ନିଜେ ଆସି ଭକ୍ତଙ୍କ ଉଦ୍ଦ୍ୟେଶ୍ୟରେ ଏହି କାର୍ଯ୍ୟର ଶୁଭଉଦଘାଟନ ପାଇଁ ସ୍ଥର ହୋଇଥିଲା। ତେବେ ଏଠାରେ ପ୍ରସାଦ ପ୍ରସ୍ତୁତ କରି ବିକ୍ରୟ କରୁଥିବା ପୂଜକ ଆପର୍ତି କ୍ରମେ ସେମାନଙ୍କ ପେଟ ପାଟଣା କଥା ଚିନ୍ତା କରି ଜିଲ୍ଳାପାଳ ଏହି ବ୍ୟବସ୍ଥାକୁ ବନ୍ଦ କରି ଆଲୋଚନ ମାଧ୍ୟମରେ ସ୍ଥିର କରିବାରୁ ମାନେଜିଙ୍ଗ ଟ୍ରଷ୍ଟି ତଥା ଉପଜିଲ୍ଳାପାଳଙ୍କୁ ଦାୟିତ୍ୱ ଦେଇଥିଲେ। ଗତ ୧୫ ଦିନ ତଳେ ପୂଜକ ଏବଂ ଟ୍ରଷ୍ଟ ବୋର୍ଡ ସଭ୍ୟ ମ୍ୟାନେଜିଙ୍ଗ ଟ୍ରଷ୍ଟର ଉପସ୍ଥିତରେ ଆଲୋଚନା କରଯାଇଥିଲା। ଡ଼ିସେମ୍ବର ଶେଷ ସୁଦ୍ଧା ଆସନ୍ତା ୩ ମାସ ପାଇଁ ୭୫ହଜାର ଟଙ୍କା ଟ୍ରଷ୍ଟ ବୋର୍ଡ କୁ ପୈଠ କରି ପୁଜକମାନେ ପ୍ରସାଦ ପ୍ରସ୍ତୁତ କରିବା ପାଇଁ ସ୍ଥିର ହୋଇଥିଲା। ତେବେ ନିର୍ଦ୍ଧାରିତ ସମୟରେ ପୁଜକମାନେ ଏଥିରେ ପୈଠ ନକରିବାରୁ ମ୍ୟାନେଜିଙ୍ଗ ଟ୍ରଷ୍ଟିଙ୍କ ନିର୍ଦ୍ଧେଶ କ୍ରମେ ରୋଷଘର ସିଲ୍ କରାଯାଇଛି।ଏଠାରେ ସୂଚନା ଯୋଗ୍ୟ ଆବାହମାନ କାଳରୁ ମନ୍ଦିର ଭିତରେ ସର୍ବସାଧାରଣଙ୍କ ପ୍ରସାଦ ରୋଷେଇ ପାଇଁ ଥିବା ରୋଷଘରେ ରାଜ୍ୟର ବିଭିନ୍ନ ଅଂଚଳରୁ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଆସି ଏଠାରେ ସେମାନଙ୍କର ମାନସିକ କରିଥିବା ପିଲା ମାନଙ୍କର ଚୁଟି ପକାଇ ସେମାନଙ୍କର ଆତ୍ମିୟ ସ୍ୱଜନ ବନ୍ଧୁ ଓ ପରିବାରବର୍ଗ ପ୍ରସାଦ ସେବନ କରିଥାନ୍ତି।ଏହି ପ୍ରସାଦକୁ ସ୍ଥାନୀୟ ପୂଜକମାନେ ପ୍ରସ୍ତୁତି କରି ସେମାନେ ତାଙ୍କର ପରିବାରର ଭରଣପୋଷଣ କରିଥାନ୍ତି।ଏହା ହେଉଛି ୧୭ଟି ବ୍ରାହ୍ମଣ ପରିବାରର କୌଳିକ ବୃତି।ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ମ୍ୟାନେଜିଂ ଟ୍ରଷ୍ଟି ତରବରିଆ ଭାବେ ନେଇଥିବା ନିଷ୍ପତିର ପୁନର୍ବିଚାର କରିବାକୁ ଅଂଚଳର ବୁଦ୍ଧିଜୀବି ମାନେ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.