Home ଜିଲ୍ଲା ପରିକ୍ରମା ଭୟଙ୍କର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଭଦ୍ରକ ବିଧାୟକ ସଂଜୀବ

ଭୟଙ୍କର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଭଦ୍ରକ ବିଧାୟକ ସଂଜୀବ

78

ଭଦ୍ରକ, ୧୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ସକାଳେ ଭଦ୍ରକ ବିଧାୟକ ସଂଜୀବ କୁମାର ମଲ୍ଲିକ ଭୁବନେଶ୍ୱରରୁ ଭଦ୍ରକ ଫେରୁଥିବା ସମୟରେ ତାଙ୍କର କାର୍‌କୁ ଏକ ଟ୍ରକ୍ ଯାଜପୁର ଜିଲା ଜାରକା ନିକଟରେ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ବିଧାୟକ ଶ୍ରୀ ମଲ୍ଲିକଙ୍କ ଓଡି-୨୨ଆର-୦୦୦୧ ନମ୍ବରର ଫୋର୍ଡ କାର୍ ଭାଙ୍ଗି ଚୁରମାର ହୋଇଯାଇଛି । ହେଲେ ବିଧାୟକ ଓ ତାଙ୍କର ସହଯୋଗୀଙ୍କ ସହ ଗାଡି ଚାଳକ ସଂପୂର୍ଣ୍ଣ ସୁରକ୍ଷିତ ଅଛନ୍ତି । ସ୍ଥାନୀୟ ପୁଲିସ୍ ଘଟଣାସ୍ଥଳରେ ପହଞ୍ôଚ ତଦନ୍ତ କରୁଥିବାବେଳେ ସ୍ଥାନୀୟ ବିଧାୟକ ପ୍ରଣବ ବଳବନ୍ତ ରାୟ ସେଠାରେ ପହଞ୍ôଚ ବିଧାୟକ ଶ୍ରୀ ମଲ୍ଲିକଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ତାଙ୍କର ଏହି ଦୁର୍ଘଟଣାର ଖବର ପାଇ ବହୁ ନେତା ଓ ଶୁଭେଚ୍ଛୁ ଭଦ୍ରକରୁ ତାଙ୍କ ଭୁବନେଶ୍ୱରସ୍ଥିତ ବାସଭବନରେ ପହଞ୍ôଚ ସାକ୍ଷାତ୍ କରି ତାଙ୍କର ସୁସ୍ଥ ଓ ନିରାମୟ ଜୀବନ କାମନା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.