Home କେନ୍ଦ୍ରାପଡ଼ା ଆପେକ୍ସ ଆଙ୍ଗଲୋ ଆରବିକ ସ୍କୁଲର ବାର୍ଷିକ ଉତ୍ସବ

ଆପେକ୍ସ ଆଙ୍ଗଲୋ ଆରବିକ ସ୍କୁଲର ବାର୍ଷିକ ଉତ୍ସବ

123

କେନ୍ଦ୍ରାପଡା ୨୧/୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ସନ୍ନିକଟ ରଣପଡା ଗୋବରୀ ନଦୀକୁଳରେ ଥିବା ଆପେକ୍ସ ଆଙ୍ଗଲୋ ଆରବିକ ସ୍କୁଲର ୯ମ ବାର୍ଷିକ ଉତ୍ସବ ରବିବାର ସନ୍ଧ୍ୟାରେସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଅଲ ସଲଫିଆ ଟ୍ରଷ୍ଟର ଅଧ୍ୟକ୍ଷ ସେକ ଅମିରୁଦ୍ଦିନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଭୁବନେଶ୍ୱର ମୋସନ ଏଜୁକେଶନର ନିର୍ଦେଶକ ଡଃ.ବି. ରାଧାକାନ୍ତ ମୁଖ୍ୟ ଅତିଥି, କେନ୍ଦ୍ର ନିର୍ଦେଶକ ଅବିନାଶ କୁମାର ରାଉତ ଓ ସମାଜସେବୀ ସମୀର ସାମଲ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହିତ ସେମାନଙ୍କର ଉତ୍ତରତ୍ତୋର ଉନ୍ନତି କାମନା କରିଥିଲେ।

ଏହି ଅବସରରେ ଭୁବନେଶ୍ୱର ମୋସନ ଏଜୁକେଶନ ପକ୍ଷରୁ ଦୀର୍ଘ ୪୬ ବର୍ଷ ଧରି ଅବୈତନିକ ଭାବେ ଶିକ୍ଷାଦାନ କରୁଥିବା ଶିକ୍ଷକ ନିତ୍ୟାନନ୍ଦ ସାମଲଙ୍କୁ ଉତ୍ତରୀୟ ଓ ମୋମେଂଟୋ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯିବା ସହିତ ତାଙ୍କୁ ପ୍ରତ୍ୟେକ ମାସରେ ଏକ ହଜାର ଟଙ୍କା ପେନସନ ପ୍ରଦାନ କରାଯିବ ବୋଲି ମୋସନ ଏଜୁକେଶନର ନିର୍ଦେଶକ ଡଃ. ବି ରାଧାକାନ୍ତ ଘୋଷଣା କରିଥିଲେ। ଚଳିତ ବର୍ଷ ମୋସନ ଏଜୁକେଶନ ପକ୍ଷରୁ ସ୍କୁଲର ଶିକ୍ଷକ, ଶିକ୍ଷୟତ୍ରୀ ଓ କୁନି କୁନି ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ପ୍ରତ୍ୟେକ ବର୍ଷ କେନ୍ଦ୍ରାପଡାର ମେଧାବୀ ଛାତ୍ରଛାତ୍ରୀ ଏବଂ ମେଡିକାଲ ଓ ଇଞ୍ଜିନିଅରିଂ ନେବା ପାଇଁ ଯୋଗ୍ୟ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ସ୍କଲାରସିପ ମୋସନ ଏଜୁକେଶନ ପକ୍ଷରୁ ପ୍ରଦାନ କରାଯିବ ବୋଲି ନିର୍ଦେଶକ ଡଃ.ବି ରାଧାକାନ୍ତ ସଭାରେ ଘୋଷଣା କରିଥିଲେ। ଶେଷରେ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସ୍କୁଲର ଅଧ୍ୟକ୍ଷ ସାଇରା ପରୱିନ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସମ୍ପାଦକ ଅବଦୁଲ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସେକ ଜାକରିୟା, ସେକ ମହମ୍ମଦ ଫୟାଜୁଦ୍ଦିନ, ସେକ ମହମ୍ମଦ ଗୟାସୁଦ୍ଦିନ, ଦେବବ୍ରତ ରାଉତ, ମହମ୍ମଦ ଅସଗର ଅଲ୍ଲୀ, ସେକ ନିୟାଜ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.