Home ଜିଲ୍ଲା ପରିକ୍ରମା ଆଜି ଚିହ୍ନଟ ୧୭, ବଣିଆ ମହାଦେବସାହି କଣ୍ଟେନମେଣ୍ଟ ଜୋନ

ଆଜି ଚିହ୍ନଟ ୧୭, ବଣିଆ ମହାଦେବସାହି କଣ୍ଟେନମେଣ୍ଟ ଜୋନ

27

ଭଦ୍ରକ, ୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲାରେ ଆଉ ୧୭ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗତକାଲି ପ୍ରଶାସନ ଭଦ୍ରକ ବ୍ଲକ ଏରେଇଁ ପଞ୍ଚାୟତର ଧଳସାହିରୁ ୧୦ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ସେଠାରେ କଣ୍ଟେନମେଣ୍ଟ ଜୋନ କଟକଣା ଲାଗୁ କରିଥିବା ବେଳେ ଆଜି ବଣିଆ ପଞ୍ଚାୟତର ମହାଦେବ ସାହିରୁ ଅଧିକ ସଂଖ୍ୟକ ଆକ୍ରାନ୍ତ ବାହାରିଥିବାରୁ ସେଠାରେ କଣ୍ଟେନମେଣ୍ଟ ଜୋନ କଟକଣା ଲାଗୁ ହୋଇଛି । ତେବେ ଗତକାଲିର ପରିସଂଖ୍ୟାନ ଅନୁଯାୟୀ ଜିଲ୍ଳାରୁ ମୋଟ ୧୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଭଦ୍ରକ ପୌରପାଳିକାର ୧୧ନଂ ୱାର୍ଡ ସାଳନ୍ଦୀ କଲୋନୀରୁ ଜଣେ, ୨୦ ନଂ ୱାର୍ଡ ଚନ୍ଦନବଜାରରୁ ଜଣେ, ୬ ନଂ ୱାର୍ଡ ମଠସାହିରୁ ଜଣେ, ଏରେଇଁ ଧଳସାହିରୁ ୧୦, ଭଣ୍ଡାରିପୋଖରୀ ବ୍ଲକ ତେସିଙ୍ଗା ପଞ୍ଚାୟତର ବିଶୋଳ ଗ୍ରାମରୁ ଜଣେ, ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ୫ ନଂ ୱାର୍ଡ ମେଡ଼ିକାଲ ବଜାର ଅଞ୍ଚଳରୁ ୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟି ୭୨ରେ ପହଞ୍ଚିଛି । କରୋନା ସଂକ୍ରମଣ ଆରମ୍ଭରୁ ଜିଲ୍ଲାରୁ ମୋଟ ୭ ୬୦୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୫୦୮ଜଣ ସୁସ୍ଥ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.