Home ଜିଲ୍ଲା ପରିକ୍ରମା ଆନ୍ଦ୍ରପ୍ରଦେଶ ହସପିଟାଲରେ ୨ଲକ୍ଷଟଙ୍କା ପାଇଁ ବନ୍ଧାପଡିଛନ୍ତି ରୋଗୀ ଖବର ପଢି ମାହେଶ୍ୱରୀ ଯୁବସଂଗଠନ ପକ୍ଷରୁ ୨୦ହଜାର...

ଆନ୍ଦ୍ରପ୍ରଦେଶ ହସପିଟାଲରେ ୨ଲକ୍ଷଟଙ୍କା ପାଇଁ ବନ୍ଧାପଡିଛନ୍ତି ରୋଗୀ ଖବର ପଢି ମାହେଶ୍ୱରୀ ଯୁବସଂଗଠନ ପକ୍ଷରୁ ୨୦ହଜାର ଟଙ୍କା ସହାୟତା ପ୍ରଦାନ

413

ମାଲକାନଗିରି,୯ା୧ (ଓଡିଆ ପୁଅ ) ୨ଲକ୍ଷଟଙ୍କା ପାଇଁ ବନ୍ଧାପଡିଛନ୍ତି ରୋଗୀ ,ବାପାଙ୍କ ମୁକ୍ତିଲାଗି ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ  ନିକଟରେ ପୁଅର ଗୁହାରି ସମ୍ବାଦଟି ପ୍ରଥମେ ଓଡିଆ ପୁଅ ରେ ପ୍ରକାଶିତ ହୋଇଥିଲା । ଏହି ଖବର ଟି କୁ ପାଠକରି ମାଲକାନଗିରି ଜିଲ୍ଲାମହାଶ୍ୱରୀ ଯୁବସଂଗଠନ ର ସଭାପତି ବିନୋଦ ତାଓ୍ୟାରୀ ସେହି ରୋଗୀଙ୍କୁ ସହାୟତା ଯୋଗାଇ ଦେବା ପାଇଁ  ରୋଗୀଙ୍କ ପୁଅ ତମାଲ ବାକଚି ଙ୍କ ନିକଟକୁ ୨୦ହଜାର ଟଙ୍କା ପଠାଇଥିବାର ଜଣାପଡିଛି ,ଏହି ସମ୍ବାଦଟିକୁ ଜିଲ୍ଲାପ୍ରଶାସନ ପଢି ସେହି ରୋଗୀଙ୍କୁ ସହାୟତା ଯୋଗାଇଦେବା ପାଇଁ  ପ୍ରକ୍ରୀୟା ଆରମ୍ଭ କରିଦେଇଥିବାର ଜଣାପଡିଛି । ଏହି ହୃଦୟସ୍ପର୍ଶୀ ସମ୍ବାଦଟି ପ୍ରକାଶିତ ହେବାପରେ ଜିଲ୍ଲାପାଳ ମନୀଷଅଗ୍ରଓ୍ୟାଲ ସେହି ରୋଗୀଙ୍କୁ ଜିଲ୍ଲାପ୍ରଶାସନ ପକ୍ଷରୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ପ୍ରକ୍ରୀୟା ଆରମ୍ଭ କରିଦେଇଥିବା ବେଳେ ଜିଲ୍ଲାମାହେଶ୍ୱରୀ ଯୁବସଂଗଠନ ପକ୍ଷରୁ ୨୦ହଜାରଟଙ୍କା ଆଜି ସହାୟତା ଯୋଗାଇ ଦିଆଯାଇଥିବାର ଜଣାପଡିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.