Home ଜିଲ୍ଲା ପରିକ୍ରମା ଆନ୍ଦ୍ରପ୍ରଦେଶ କୁ ଶିଶୁଶ୍ରମିକ ଭାବେ ଚାଲାଣ ହେଉଥିବା ୨୦ଜଣ ଉଦ୍ଧାର ,୩ ଦଲାଲ ଗିରଫ

ଆନ୍ଦ୍ରପ୍ରଦେଶ କୁ ଶିଶୁଶ୍ରମିକ ଭାବେ ଚାଲାଣ ହେଉଥିବା ୨୦ଜଣ ଉଦ୍ଧାର ,୩ ଦଲାଲ ଗିରଫ

183

ମାଲକାନଗିରି,୯ା୧ (ଓଡିଆ ପୁଅ ) ଆନ୍ଦ୍ରପ୍ରଦେଶକୁ ମାଲାକନଗିରି ଜିଲ୍ଲାରୁ ୨୦ଜଣ ପିଲାଙ୍କୁ ଶିଶୁଶ୍ରମିକ ଭାବେ ଚାଲାଣ କରୁଥିବା ସମୟରେ ୩ଦଲାଲ ଗିରଫ ହେବାସହ ୨୦ଜଣଙ୍କୁ  ପୁଲିସ ଓ ଶିଶୁସୁରକ୍ଷା ବିଭାଗ ଉଦ୍ଧାର କରିଛି । ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅଚଂଳରୁ କିଛି ନାବାଳିକା ନାବାଳକଙ୍କୁ ଆନ୍ଦ୍ରପ୍ରେଦେଶ କୁ କିଛି ଦଲାଲ ଶିଶୁ ଶ୍ରମିକ ଭାବେ ଚାଲାଣ କରୁଥିବାର ଖବର ପାଇ ମାଲକନଗିରି ଜିଲ୍ଲା ଶିଶୁସୁରକ୍ଷା ଅଧିକାରୀ ସୁକୁମା ଜିଲ୍ଲା କୋଟାଂ ଥାନାକୁ ଜଣାଇଥିଲେ । କୋଟାଂ ଥାନା ପୁଲିସ ଗତକାଲି ୫ଜଣ ନାବାଳିକା ଓ ଜଣେ ନାବାଳକ ଙ୍କୁ ଉଦ୍ଧାର ସହ ଜଣେ ଦଲାଲଙ୍କୁ ଗିରଫ କରିଥିଲେ । ଆଜି ପୁଣି ଥରେ ସେହି ରାସ୍ତା ଦେଇ ଆନ୍ଦ୍ରପ୍ରଦେଶକୁ ଚାଲାଣ କରୁଥିବା ୧୪ଜଣ ଶିଶୁଶ୍ରମିକ ମାନଙ୍କୁ କୋଟାଂ ପୁଲିସ ଉଦ୍ଧାର କରି ୨ଜଣ ଦଲାଲଙ୍କୁ ଗିରଫ କରିଛନ୍ତି । ଦୁଇଦିନ ମଧ୍ୟରେ ଉଦ୍ଧାର ମୋଟ୨୦ଜଣ ପିଲାଙ୍କୁ କୋଟାଂଥାନା ପୁଲିସ ସୁକୁମା ଜିଲ୍ଲାଶିଶୁସୁରକ୍ଷା ବିଭାଗକୁ ହସ୍ତାନ୍ତର କରିବାପରେ ଆଜି ସୁକୁମା ଜିଲ୍ଲା ଶିଶୁସୁରକ୍ଷା ଅଧିକାରୀ ଉଦ୍ଧାର ପିଲାମାନଙ୍କୁ ମାଲକାନଗିରି ଜିଲ୍ଲାଶିଶୁ ମଙ୍ଗଳ କମିଟି ନିକଟରେ ଦାଖଲ କରିଛନ୍ତି । ଉଦ୍ଧାର ପିଲାମାନଙ୍କ ନିଜ ଘର ପଡିଆବ୍ଲକ ସ୍ଥ ପର୍ଶନପାଲି  ଓ ଉଦୟଗିରୀ ଗ୍ରାମରେ ସେମାନଙ୍କ ମଧ୍ୟରେ ୫ଜଣ ନାବାଳକ ଓ ୧୫ଜଣ ନାବାଳିକା ଅଛନ୍ତି ସମସ୍ତେ ଗରିବ ଆଦିବାସୀ ପରିବାର ର । ସେମାନଙ୍କ ବୟସ ୧୨ବର୍ଷରୁ ୧୭ବର୍ଷ ମଧ୍ୟରେ ହେବ । ଏମାନଙ୍କୁ  ଅଧିକ ଟଙ୍କା ମଜୁରୀ ମିଳିବାର ଲୋଭଦେଖାଇ ୩ଜଣ ଦଲାଲ ମୋଟୁ ସାବେରୀ ନଦୀପାର କରି ଆନ୍ଦ୍ରପ୍ରଦେଶକୁ ନେଇ ଯାଉଥିବା ସମୟରେ କୋଟାଂ ଥାନା ପୁଲିସ ଦ୍ୱାରା ଧରା ପଡିଯାଇଥିଲେ । ଉଦ୍ଧାର ୨୦ଜଣ ନାବାଳକ ଓ ନା ବାଳିକା ମାନଙ୍କୁ ମାଲକାନଗିରି ଜିଲ୍ଲା ଶିଶୁମଙ୍ଗଳ କମିଟି ର ଅଧ୍ୟକ୍ଷ ଅଶୋକକୁମାର ପଟନାୟକ,ଜିଲ୍ଲାଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଚନ୍ଦ୍ର ଦାସ ,ସଦସ୍ୟ ଦିନବନ୍ଧୁ ଦାଶ,ଲିଗାଲ ଅଫିସର ସତ୍ୟଜିତ ପଣ୍ଡା,ଆନୁଷ୍ଟାନିକ ଶିଶୁ ଯତ୍ନଅଧିକାରୀ ସୁଦେସ୍ନାରାଉତ ପ୍ରମୁଖ ଅଧିକାରୀ କାଉଁସିଲିଂ କରିଥିଲେ । ଉଦ୍ଧାର ପିଲାମାନଙ୍କୁ  ପଚରା ଉଚରା କରିବାରୁ ଜଣାପଡିଥିଲା ସେମାନଙ୍କ ଘର ପଡିଆ ବ୍ଲକସ୍ଥ ପର୍ଶନପାଲି ଓ ଉଦୟଗିରୀ ଗ୍ରାମରେ ସେମାନେ ସମସ୍ତେ ଅତ୍ୟନ୍ତ ଗରିବ ପରିବାର ହୋଇଥିବାରୁ ପାଠପଢିପାରିନାହାଁନ୍ତି, କେତେଜଣ ଅଳ୍ପ  ପାଠ ପଢି ଛାଡିଦେଇଛନ୍ତି । ପରିବାର ଚଳାଇବାପାଇଁ ପରଘରେ ମୂଲ ଲାଗୁଛିନ୍ତି, ପଡିଆ ଅଚଂଳର ସେନା ମାଡକାମୀ ଓ ଅନ୍ୟଦୁଇଜଣ  ବ୍ୟକ୍ତି ସେମାନଙ୍କ ଗାଁକୁ ଆସି ଅଧିକ ମଜୁରୀ ଦିଆ ଯିବ କହି ଲୋଭ ଦେଖାଇ ସେମାନଙ୍କୁ ଆନ୍ଦ୍ରପ୍ରଦେଶକୁ ଲଙ୍କା ତୋଳିବା ପାଇଁ ନେଉଥିଲେ ବୋଲି ଉଦ୍ଧାର ପିଲାମାନେ କହିଥିଲେ ।ଉଦ୍ଧାର ୨୦ଜଣ ପିଲାଙ୍କୁ   ଜିଲ୍ଲାପ୍ରଶାସନ ପକ୍ଷରୁ ହଷ୍ଟେଲ ଓ ବିଭିନ୍ନ ବିଦ୍ୟାଳୟ ରେ ରଖା ଯାଇ ମାଗଣାରେ ପାଠପଡାଇବାର ବ୍ୟବସ୍ଥା ସହିତ ସେମାନଙ୍କ ପରିବାରଙ୍କୁ ରୋଜଗାରକ୍ଷମ ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଦାସ କହିଛନ୍ତି । କାଉଁସିଲିଂ ପରେ ଉଦ୍ଧାର ପିଲାମାନଙ୍କୁ ସେମାନଙ୍କ ପରିବାରଙ୍କୁ ଆଜି ହସ୍ତାନ୍ତର କରିଦିଆ ଯାଇଛି

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.