Home ଜିଲ୍ଲା ପରିକ୍ରମା ଆନ୍ତର୍ଜାତୀୟ ଶ୍ରମ ଦିବସରେ ଭଦ୍ରକ ନିର୍ବାଚନ ମଣ୍ଡଳୀ ବିଧାୟକଙ୍କ ତୃଟିପୂର୍ଣ୍ଣ ମନ୍ତବ୍ୟକୁ ବିରୋଧ

ଆନ୍ତର୍ଜାତୀୟ ଶ୍ରମ ଦିବସରେ ଭଦ୍ରକ ନିର୍ବାଚନ ମଣ୍ଡଳୀ ବିଧାୟକଙ୍କ ତୃଟିପୂର୍ଣ୍ଣ ମନ୍ତବ୍ୟକୁ ବିରୋଧ

15

ଭଦ୍ରକ, ୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ତରଫରୁ ଭଦ୍ରକ ଟାଉନ ହଲ ଠାରେ ପାଳନ କରାଯାଇଥିବା ଆନ୍ତର୍ଜାତୀୟ ଶ୍ରମ ଦିବସରେ ଭଦ୍ରକ ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ସଂଜୀବ କୁମାର ମଲ୍ଲିକ ଅତିଥି ଭାବେ ଯୋଗ ଦେଇ ବକ୍ତବ୍ୟରେ ଶ୍ରମିକମାନଙ୍କ ନାମ ପଞ୍ଜିକରଣ କ୍ଷେତ୍ରରେ ଶ୍ରମିକ ସଂଗଠନମାନଙ୍କୁ ନ ପଚାରି ଲୋକଙ୍କର ପଞ୍ଜିକରଣ କରିବା ପାଇଁ ଶ୍ରମ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ଏହି ପରାମର୍ଶକୁ ତଥା ବିଧାୟକଙ୍କ ଏଭଳି ତୃଟିପୂର୍ଣ୍ଣ ମନ୍ତବ୍ୟକୁ ଜିଲ୍ଲା ମିଳିତ ଶ୍ରମିକ ସଂଗଠନ ତରଫରୁ ନିନ୍ଦା କରିବା ସହିତ ବିରୋଧ କରିଛନ୍ତି । ସଂଗଠନ ପକ୍ଷରୁ କୁହାଯାଇଛି ଯେ ସଂବିଧାନର ବିଓସି ଆକ୍ଟରେ ଶ୍ରମିକମାନଙ୍କ ନାମ ପଞ୍ଜିକରଣ ପାଇଁ ଶ୍ରମିକ ସଂଗଠନକୁ ଅଖଣ୍ଡ କ୍ଷମତା ଦିଆ ଯାଇଛି । ଶ୍ରମକି ଦିବସ ପାଳନ ଅବସରରେ ଶ୍ରମିକ ସଂଗଠନର ନେତୃତ୍ୱ ଉପସ୍ଥିତ ଥିବା ବେଳେ ବିଧାୟକଙ୍କ ଏଭଳି ମନ୍ତବ୍ୟ ସମସ୍ତଙ୍କୁ ଆଘାତ ପହଞ୍ଚାଇଥିଲେ ମଧ୍ୟ ଭଦ୍ରକର ସ୍ୱାଭିମାନ ଏବଂ ବିଧାୟକଙ୍କ ସମ୍ମାନକୁ ଆଖି ଆଗରେ ରଖି ଏହାର ପ୍ରତିବାଦ କରି ନଥିଲେ ବୋଲି ଭଦ୍ରକ ଜିଲ୍ଲା ଶ୍ରମିକ ସମନ୍ୱୟ ସଂଗଠନର ସଭାପତି ନାରାୟଣ ଚନ୍ଦ୍ର ନାୟକ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି । ଏଣୁ ମିଳିତ ଶ୍ରମିକ ସଂଗଂନମାନଙ୍କର ଦାବୀ ମାନ୍ୟବର ବିଧାୟକ ଉପରୋକ୍ତ ତୃଟିପୂର୍ଣ୍ଣ ମନ୍ତବ୍ୟ ପାଇଁ ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରନ୍ତୁ । ନଚେତ ଆଗାମୀ ଦିନରେ ରାଜରାସ୍ତାରେ ପ୍ରତିବାଦ ଓ ଆନ୍ଦୋଳନ କରାଯିବ ବୋଲି ସଭାପତି ଶ୍ରୀ ନାୟକଙ୍କ ସହିତକ୍ଷୀରସିନ୍ଧୁ ନାୟକ, ଅମୀୟ କୁମାର ନାୟକ, ଶାନ୍ତିଲତା ରାଉତ, ପାର୍ବତୀ ବସନ୍ତିଆ, ଶଶୀରେଖା ପଣ୍ଡା, ବିଜୟ କୁମାର ଜେନା, ବୃନ୍ଦାବନ ବାରିକ ସତ୍ୟବ୍ରତ ନାୟକ, ବାସନ୍ତୀଲତା ବେହେରା, ବିଷ୍ଣୁ ଚରଣ ଖଟୁଆ, ପ୍ରମୋଦ କୁମାର ମହାଳିକ, ମନୋଜ କୁମାର ନାୟକ ପ୍ରମୁଖ ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.