Home ଓଡ଼ିଶା ଆନ୍ତର୍ଜାତୀୟ ରୁତୁଶ୍ରାବ ଦିବସ ଅବସରରେ ବଡଦିଦି ଗୃପ ଦ୍ୱାରା ଡିଜିଟାଲ ସେମିନାର

ଆନ୍ତର୍ଜାତୀୟ ରୁତୁଶ୍ରାବ ଦିବସ ଅବସରରେ ବଡଦିଦି ଗୃପ ଦ୍ୱାରା ଡିଜିଟାଲ ସେମିନାର

202

ମାଲକାନଗିରି,୨୮ା ୫(ଓଡିଆ ପୁଅ ) ଭୟାବହ କରୋନା ମହାମାରି ପାଇଁ ଲକଡାଉନ ଘୋଷଣା କରାଯାଇଥିବାରୁ ଡିଜିଟାଲ ସେମିନାର ମାଧ୍ୟମରେ ବଡଦିଦି ଗୃପ ପକ୍ଷରୁ ଆଜି ମାଲକାନଗିରି ଜିଲ୍ଲାରେ ଆନ୍ତର୍ଜାତୀୟ ରୁତୁଶ୍ରାବ ଦିବସ ପାଳିତ ହୋଇଯାଇଛି । ଏଥିରେ ଦିଲ୍ଳୀର ମାନବଅଧିକାର ସଂଗଠନ ସିଆରଇଏ ଶ୍ରୀମତୀ ସ୍ମୃତି ସୁଧା,ୟୁଏନଏଫପିଏ ର ଡଃ ଚୟନିକା ମିଶ୍ର ଗବେଷକ ଭାବେ ଯୋଗଦେଇ ବିଶ୍ୱ ରୁତୁଶ୍ରାବଦିବସର ତାତ୍ପର୍ଯ୍ୟତା ଓ କୋଭିଡ୧୯ ସମୟରେ ରୁତୁଶ୍ରାବ ପରିଚାଳନା ସଂପର୍କରେ ସୁଚନା ଦେବାସହ କିପିରି ମହିଳା ଓ ଯୁବତୀ ମାନେ ରୁତୁଶ୍ରାବ ସମୟରେ ନିଜକୁ ସୁସ୍ଥ ଓ ପରିସ୍କାର ପରିଛନ୍ନ ରଖିପାରିବେ ସେ ବିଷୟରେ ସଚେତନତାର ବାର୍ତାଦେଇଥିଲେ । ମାଲକାନଗିରି ଜିଲ୍ଲା ବଡ ଦିଦ ି ଗୃପ ର ଜୟନ୍ତୀ ବୁରୁଦା ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଡିଜିଟାଲ ସେମିନାର ରେ ନିତିଆୟୋଗର ରାଜଶେଖର ରେଡି ଙ୍କ ସହିତ ବଡଦିଦି ଗୃପର ୨୫ଜଣ ଦିଦି ଓ ଅନ୍ୟ୪୦ଜଣ ମହିଳା ଓ ଯୁବତୀ ମାନେ ଭାଗନେଇ ନିଜ ନିଜ ମତଉପସ୍ଥାପନ କରିଥିଲେ ।

 

 

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.