Home ଓଡ଼ିଶା ସମ୍ବଲପୁର ଶୀତଳଷଷ୍ଠୀ : ମନ୍ଦିର ପରିସରରେ ଦେବ ଦମ୍ପତିଙ୍କ ନିରାଡ଼ମ୍ବର ବିବାହ

ସମ୍ବଲପୁର ଶୀତଳଷଷ୍ଠୀ : ମନ୍ଦିର ପରିସରରେ ଦେବ ଦମ୍ପତିଙ୍କ ନିରାଡ଼ମ୍ବର ବିବାହ

124

ସମ୍ବଲପୁର ୨୮-୫ (ଓଡ଼ିଆ ପୁଅ/ସରୋଜ ସାହୁ): ପାରମ୍ପରିକ ଶୀତଳଷଷ୍ଠୀରେ ରୀତିନୀତିରେ ପ୍ରଥମ ଥର ପାଇଁ ଦେବଦେବ ମହାଦେବଙ୍କ ବିବାହ ନିଜ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଛି। ମହାଦେବ ଏଥର ବରଯାତ୍ରୀ ଶୋଭାଯାତ୍ରାରେ କନ୍ୟାଘରକୁ ବାହାରି ନାହାନ୍ତି। ବିନା ନାଚ ଗୀତ, ବାଦ୍ୟରେ ମହାଦେବଙ୍କ ଆଳତି ପରେ ବିଳମ୍ବିତ ରାତିରେ ମନ୍ଦିର ପ୍ରାଙ୍ଗଣରେ ବିବାହ କାର୍ଯ୍ୟ ଆରମ୍ଭ ହୋଇଥିଲା। ମାତା ପାର୍ବତୀଙ୍କ ପିତା ମାତା ମହାଦେବଙ୍କୁ ଆଳତି କରି ମନ୍ଦିର ପ୍ରାଙ୍ଗଣକୁ ପାଛୋଟି ନେଇଥିଲେ। ପାରମ୍ପରିକ ରୀତିନୀତି ରେ ପୂଜାର୍ଚନା ହେବାପରେ ବିଳମ୍ବିତ ରାତି ଦେବ ଦମ୍ପତି ଙ୍କ ହାତଗଣ୍ଠି ପଡିଥିଲା। ନନ୍ଦପଡା ର ବାଲୁଙ୍କେଶ୍ୱର ବାବା, ଝାଡୁଆପଡା ର ଲୋକନାଥ ବାବା, ମୋଦିପଡା ର ଜାଗେଶ୍ଵର ବାବା ଏବଂ ବଡ଼ବଜ଼ାର ର ଶୀତଳେଶ୍ୱର ବାବାଙ୍କ ବିବାହ ସମ୍ପନ୍ନ ହୋଇଥିଲା। ଆଜି ସକାଳୁ ଦେବ ଦମ୍ପତି ଦର୍ଶନ ଦେଇଥିଲେ ହେଁ କରୋନା କାରଣରୁ ପୂର୍ବପରି ଭିଡ ହୋଇନଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.