Home ଜିଲ୍ଲା ପରିକ୍ରମା ଏ.ଏସ୍‌.ଓ. ପରୀକ୍ଷା ପରିଚାଳନା, ୫୬୫୩ ପରୀକ୍ଷାର୍ଥଙ୍କ ପାଇଁ ପ୍ରସ୍ତୁତି ଥିଲା

ଏ.ଏସ୍‌.ଓ. ପରୀକ୍ଷା ପରିଚାଳନା, ୫୬୫୩ ପରୀକ୍ଷାର୍ଥଙ୍କ ପାଇଁ ପ୍ରସ୍ତୁତି ଥିଲା

29

ଭଦ୍ରକ, ୨୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ଲୋକସେବା ଆୟୋଗ କଟକ ଦ୍ୱାରା ପରିଚାଳିତ ସହକାରୀ ଉପ ବିଭାଗ ଅଧିକାରୀ ପଦବୀ ପାଇଁ ଲିଖିତ ପରୀକ୍ଷା ଆଜି ଜିଲ୍ଲାର ବିଭିନ୍ନ କେନ୍ଦ୍ରରେ ସୁରାରୁରୂପେ ଅନୁଷ୍ଠିତ ହୋଇଯାଇଛି। ଗତ ତା ୨୧.୮.୨୨ରିଖ ରବିବାର ଦିନ ଅନୁଷ୍ଠିତ ହେବାକୁ ଥିବା ଏହି ପରୀକ୍ଷା ଗତ ବନ୍ୟା ପରିସ୍ଥିତି ପାଇଁ ବାତିଲ କରାଯାଇଥିଲା। ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅତିରିକ୍ତ ଜିଲ୍ଲାପାଳ ତଥା ସହପରିଚାଳକ ଶାନ୍ତନୁ କୁମାର ମହାନ୍ତିଙ୍କ ସହପରିଚାଳନାରେ ଏହି ପରୀକ୍ଷା ପରିଚାଳନା ପାଇଁ ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କୁ ବିଭିନ୍ନ ଦାୟିତ୍ୱରେ ନିୟୋଜିତ କରାଯାଇଥିଲା। ସୂଚନାଯୋଗ୍ୟ କି ଏହି ପରୀକ୍ଷା ପାଇଁ ଜିଲ୍ଲାରେ ୧୧ଟି ପରୀକ୍ଷା କେନ୍ଦ୍ର ପ୍ରସ୍ତୁତ କରାଯାଇଥିଲା। ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ୬୫୩, ଭଦ୍ରକ ମହିଳା ମହାବିଦ୍ୟାଳୟରେ ୩୦୦, ସରସ୍ୱତୀ ଶିଶୁ ମନ୍ଦିର ନୂଆବଜାର ରେ ୬୦୦, ଇଞ୍ଜିନିୟରିଂ କଲେଜ ବରପଦାରେ ୯୫୦, କାରମେଲ୍ ସ୍କୁଲ, ଇଚ୍ଛାପୁରରେ ୩୦୦, ଚରମ୍ପା କଲେଜରେ ୫୫୦, ଦୁର୍ଗାପ୍ରସାଦ ସରାଫ୍ ବିଦ୍ୟାପୀଠ ରାନ୍ଦିଆରେ ୫୦୦, ଆଇ.ସି.ଏସ୍‌.ଏସ୍ କଲେଜରେ ୪୦୦, ଏନ୍‌.ଆର୍‌.ଆଇ ସ୍କୁଲରେ ୩୦୦, ଏସ୍‌.ବି.ଡ଼ି. ସ୍କୁଲରେ ୫୦୦, ବିନାୟକ ଆବାସିକ ଉଚ୍ଚ ମାଧ୍ୟମିକ ସ୍କୁଲରେ ୬୦୦ ସମୁଦାୟ ୫, ୬୫୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବା ପାଇଁ ପ୍ରଶାସନ ତରଫରୁ ପୂର୍ଣ୍ଣ ପ୍ରସ୍ତୁତି ଥିଲା।

ପରୀକ୍ଷାକେନ୍ଦ୍ର ସୁପର ଭାଇଜର ଅଧ୍ୟକ୍ଷ ଡ଼. ସୁବୋଧ ଚନ୍ଦ୍ର ମିଶ୍ର, ଡ଼. ମୋହନ ଚରଣ ପଣ୍ଡା, ସୁଚିତ୍ରା ପାଣିଗ୍ରାହୀ, ସୋମା ମାରିଆ, ବ୍ରଜ କିଶୋର ବଳ, ଅଶୋକ କୁମାର ପରିଡ଼ା, ନିର୍ଦ୍ଦେଶକ ଜୟ ପ୍ରକାଶ କର, ପ୍ରଧାନଆଚାର୍ଯ୍ୟ ଭାଗବତ ମହାଳିକ, ଅଧ୍ୟକ୍ଷ ବିବେକାନନ୍ଦ ସେନାପତି, ଯୁଧିଷ୍ଠିର ଦେବତା, ପ୍ରଭାତ ପ୍ରଭାକର ପାଢ଼ୀ ଦାୟିତ୍ୱ ତୁଲାଇଥିଲେ। ପରୀକ୍ଷା ପରିଚାଳନାରେ ସହକାରୀ ସଂଯୋଜକ ଭାବେ ପ୍ରଶାସନିକ ଅଧିକାରୀ ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ କାର୍ତ୍ତିକ ନାଥ ମଣ୍ଡଳ, ତହସିଲଦାର ଭଦ୍ରକ ମଧୁସୂଦନ ନାୟକ, ସହାୟକ ଜିଲ୍ଲାପାଳ ସୁଧାଂଶୁ ମୋହନ ସ୍ୱାଇଁ, ବି.ଡ଼ି.ଓ. ତିହିଡ଼ି ବସନ୍ତ କୁମାର ସାହାଣୀ, ଅତିରିକ୍ତ ତହସିଲଦାର, ତିହିଡ଼ି ଅଙ୍କିତା ମହାନ୍ତି, ତହସିଲଦାର, ଭଣ୍ଡାରିପୋଖରୀ ସରୋଜକାନ୍ତ ନାୟକ, ଅତିରିକ୍ତ ତହସିଲଦାର ଭଣ୍ଡାରିପୋଖରୀ ଡ଼. ସତ୍ୟଭୂଷଣ, ନିର୍ବାହୀ ଅଧିକାରୀ ପୌରପରିଷଦ ଭଦ୍ରକ ଦେବୀ ପ୍ରସାଦ ରାଉତ, ସହାୟକ ଜିଲ୍ଲାପାଳ ବସନ୍ତ କୁମାର ଲେଙ୍କା, ବି.ଡ଼ି.ଓ. ଭଣ୍ଡାରିପୋଖରୀ ଦେବଦତ୍ତ ଦାସ ଦାୟିତ୍ୱ ନିର୍ବାହ କରିଥିଲେ। ସେହି ପରି ଫ୍ଲାଇଂ ସ୍ୱାଡ଼୍‌ର ଅଧିକାରୀ ଭାବେ ଜିଲ୍ଲାପରିଷଦ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ କୁଶଳ ଚନ୍ଦ୍ର ନାୟକ, ଉପଜିଲ୍ଲାପାଳ ମନୋଜ ପାତ୍ର, ଜିଲ୍ଲା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ର, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଦୀପକ କୁମାର ପାଢ଼ୀ, ଅତିରିକ୍ତ ଜିଲ୍ଲପାଳ ରାମଦାସ ଟୁଡ଼ୁ ସଂପୃକ୍ତ ପରୀକ୍ଷାକେନ୍ଦ୍ର ପରିଦର୍ଶନ କରି ସଠିକ୍ ପରିଚାଳନା ନେଇ ତଦାରଖ କରିଥିଲେ। ସୂଚନାଯୋଗ୍ୟ କି ଆଜିର ଏହି ପରୀକ୍ଷାରେ ପ୍ରଥମ ସିଟିଂରେ ୪୦୭୯ ଜଣ, ଦ୍ୱିତୀୟ ସିଟିଂରେ ୪୦୮୦ ଏବଂ ତୃତୀୟ ସିଂଟିଂରେ ୪୦୬୪ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.