Home ଜିଲ୍ଲା ପରିକ୍ରମା ଆନ୍ତଃ ଜିଲ୍ଲା କ୍ଲବ ଟୁର୍ଣ୍ଣାମେଣ୍ଟ : ଚରମ୍ପା କ୍ରିକେଟ ଏକାଡେମୀ ବିଜୟୀ

ଆନ୍ତଃ ଜିଲ୍ଲା କ୍ଲବ ଟୁର୍ଣ୍ଣାମେଣ୍ଟ : ଚରମ୍ପା କ୍ରିକେଟ ଏକାଡେମୀ ବିଜୟୀ

8

ଭଦ୍ରକ, ୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚରମ୍ପା ରେଲୱେ ପଡ଼ିଆରେ ଚାଲିଥିବା ଓଡ଼ିଶା କ୍ରିକେଟ ଆସୋସିଏସନ ଆନୁକୂଲ୍ୟରେ ‘ଭିଜନ – ୨୦୨୪’ ପରିପ୍ରେକ୍ଷୀରେ ଆନ୍ତଃ ଜିଲ୍ଲା କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜିର ମ୍ୟାଚରେ ଚରମ୍ପା କ୍ରିକେଟ ଏକାଡେମୀ ବିଜୟୀ ହୋଇଛି । ଆଜି ଜଗନ୍ନାଥ କ୍ରିକେଟ କ୍ଲବ (ଜେସିସି) ଓ ଚରମ୍ପା କ୍ରିକେଟ ଏକାଡେମୀ (ସିସିଏ) ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଜେସିସି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ଦଳ ୩୦.୫ ଓଭରରେ ମାତ୍ର ୧୩୧ ରନ କରି ଅଲ୍ ଆଉଟ ହୋଇଥିଲା । ତେବେ ଦଳ ପକ୍ଷରୁ ଆଶୁତୋଷ ବେହେରା ୨୭ରନ ଓ ଆଶିଷ କୁମାର ସାହୁ ୨୦ ରନ କରିଥିଲେ । ସିସିଏ ପକ୍ଷରୁ ସତ୍ୟମ୍ କୁମାର ଓ କରୁଣାକର ବିନ୍ଧାଣୀ ୩ଟି ଲେଖାଏଁ ଉଇକେଟ ନେଇଥିଲେ । ପରେ ବ୍ୟାଟିଂ କରି ସିସିଏ ମାତ୍ର ୨ ଉଇକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରି ବିଜୟୀ ହୋଇଥିଲା । ସିସିଏ ପକ୍ଷରୁ ଜୀବନ ଜ୍ୟୋତି ବେହେରା ୪୪, କୁମାର ମଙ୍ଗଳମ୍ ଖେମ୍‌କା ୩୫ ଓ ଆୟୁଷ୍ମାନ ଦାସ ୨୧ ରନ କରିଥିଲେ । ଜେସିସି ପକ୍ଷରୁ ଅମିତାଂଶୁ ମଲ୍ଲିକ ଗୋଟିଏ ଉଇକେଟ ନେଇଥିଲେ । ଜୀବନ ଜ୍ୟୋତି ବେହେରାଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା । ମ୍ୟାଚକୁ ଲଲାଟ କେଶରୀ ନନ୍ଦ, ସାର୍ଥକ ବିଶ୍ୱାଳ, ପ୍ରଦିପ୍ତ କୁମାର ନାୟକ, ସସ୍ମିତା ସାହୁ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.