Home ଜିଲ୍ଲା ପରିକ୍ରମା ଅଗ୍ନିକାଣ୍ଡରେ ୫ ବଖରା ଭସ୍ମୀଭୂତ

ଅଗ୍ନିକାଣ୍ଡରେ ୫ ବଖରା ଭସ୍ମୀଭୂତ

15

ଭଦ୍ରକ, ୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ବ୍ଲକ ଗୋବିନ୍ଦପୁର ପଂଚାୟତ ଖଦାଳସାହି ଗ୍ରାମର ରତ୍ନାକର ରାଉତଙ୍କ ଘରେ ଗତକାଲି ରାତିରେ ଅଗ୍ନିକାଣ୍ଡ ଘଟି ତାଙ୍କର ୫ ବଖରା ଘର ନିଆଁରେ ପୋଡି ଭସ୍ମୀଭୂତ ହୋଇଯାଇଛି । ଏଥିରେ ରତ୍ନାକରଙ୍କ ସମସ୍ତ ଗୃହ ଆସବାପତ୍ର ନିଆଁରେ ପୋଡି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନଥିବା କୁହାଯାଇଛି । ଖବରପାଇ ଧାମନଗର ଦମକଳ ବାହିନୀ ଘଟଣାସ୍ଥଳେ ପହଂଚି ନିଆଁକୁ ଆୟତ କରିଥିଲେ । ଆଜି ସକାଳେ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ନାୟକ, ସ୍ଥାନୀୟ ସରପଂଚ ଜୟନ୍ତୀ ନାୟକ, ପୂର୍ବତନ ସମିତିସଭ୍ୟ ଶ୍ରୀକାନ୍ତ ନାୟକ, ପୂର୍ବତନ ସରପଂଚ ସୁବାସ ମହାକୁଡ ପ୍ରମୁଖ ପହଂଚି ଅଗ୍ନି ବିପନ୍ନଙ୍କୁ ସମବେଦନା ଜଣାଇଥିଲେ । ପରେ ଅସୁରାଳି ରାଜସ୍ୱ ନିରୀକ୍ଷକ ଘଟଣାସ୍ଥଳେ ପହଂଚି ବିପନ୍ନ ପରିବାରକୁ ପଲିଥିନ ଯୋଗାଇଦେଇଛନ୍ତି । ତୁରନ୍ତ ବିପନ୍ନ ପରିବାରଙ୍କୁ ସରକାରୀ ସହାୟତା ଓ ଘର ଯୋଗାଇଦେବାକୁ ସ୍ଥାନୀୟ ଅଂଚଳବାସୀ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.