Home ଜିଲ୍ଲା ପରିକ୍ରମା ଆଖଣ୍ଡଳମଣିି ପୀଠର ବିକାଶମୂଳକ କାର୍ଯ୍ୟ ପାଇଁ ଦେବୋତ୍ତର କମିଶନରଙ୍କ କ୍ଷେତ୍ର ପରିଦର୍ଶନ, ଖୁବଶିଘ୍ର କାମ ହେବ...

ଆଖଣ୍ଡଳମଣିି ପୀଠର ବିକାଶମୂଳକ କାର୍ଯ୍ୟ ପାଇଁ ଦେବୋତ୍ତର କମିଶନରଙ୍କ କ୍ଷେତ୍ର ପରିଦର୍ଶନ, ଖୁବଶିଘ୍ର କାମ ହେବ ମନ୍ଦିର ଗର୍ଭଗୃହ ଓ ବେଢା ପରିସର କାର୍ଯ୍ୟ, ରୂପା ଛାଉଣି ହେବ ମଣିବାବଙ୍କ ବିଗ୍ରହ

12

ଭଦ୍ରକ, ୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଓ ପୀଠର ବିକାଶ ମୂଳକ କାର୍ଯ୍ୟ ପାଇଁ ରାଜ୍ୟ ସରକରାଙ୍କ ପକ୍ଷରୁ ଯୋଗାଇ ଦିଆଯାଇଛି ୬କୋଟି ରୁ ଉର୍ଦ୍ଧ୍ୱ ଟଙ୍କା । ଏହି କାର୍ଯକୁ ତ୍ୱରାନିତ କରିବା ପାଇଁ ରବିବାର ଦେବୋତ୍ତର କମଶନର ଚିତ୍ତରଞନ ମହାପାତ୍ର ପୀଠରେ ପହଁଚି ମଣିବାବାଙ୍କୁ ଦର୍ଶନ କରିବା ସହ ମନ୍ଦିରର ଗର୍ଭଗୃହ ସମେତ ପାରିପାଶ୍ୱର୍ିକ ବୁଲି ଦେଖିଥିଲେ । ପରେ ମନ୍ଦିର କାର୍ଯ୍ୟାଳୟ ପରିସରରେ ଦୀର୍ଘ ସମୟ ଧରି ସେବାୟତଙ୍କ ସହ ଆଲେଚାନା କରିଥିଲେ । ବିଶେଷକରି ବର୍ଷାଋତୁରେ ଯେପରି ମନ୍ଦିର ଗର୍ଭଗୃହରେ ଆଉ ପାଣିଝର ନପଡିବ ସେଥିପାଇଁ ସ୍ଥାୟୀ ମରାମତି କାର୍ଯ୍ୟ କରାଯିବା ସହିତ ମଣିବାବଙ୍କ ବିଗ୍ରହକୁ ଅକ୍ଷୁଣ୍ଣ ରଖିବା ପାଇଁ ଖୁବଶିଘ୍ର ରୂପା ଛାଉଣୀ କରାଯିବ ବୋଲି କମିଶନର ଶ୍ରୀ ମହାପାତ୍ର ପ୍ରକାଶ କରିଥିଲେ । ତାହାସହ ମନ୍ଦିର ବେଢା ଚଟାଣ ସମେତ ନାଟମଣ୍ଡପ, ମୁକ୍ତି ମଣ୍ଡପ, ମନ୍ଦିର ୪ଦ୍ୱାର ଉନ୍ନତି କରଣ କରାଯିବ ବୋଲି ଆଲୋଚନାରେ ପ୍ରକାଶ ପାଇଥିଲା । ଏପରିକି ବାବା ଆଖଣ୍ଡଳମଣିଙ୍କ ପୀଠକୁ ନୂଆ ରୂପରେଖ ଦେବା ପାଇଁ ପ୍ରସ୍ତୁତ ହୋଇଥିବା ଡିଜାଇନ ଅନୁଯାୟୀ ସମସ୍ତ କାର୍ଯ୍ୟ କରାଯିବ ବୋଲି ବୈଠକରେ ସ୍ଥିର ହୋଇଥିଲା । ଏଥିପାଇଁ ମ୍ୟାନେଜିଂ ଟ୍ରଷ୍ଟିଙ୍କ ଦ୍ୱାରା ଏକ କମିଟ ଗଠନ କରାଯାଇ ସମସ୍ତ କାର୍ଯ୍ୟର ତଦାରଖ କରାଯିବ ବୋଲି ଶ୍ରୀ ମହାପାତ୍ର ପ୍ରକାଶ କରିଥିଲେ । ପରେ ସେବାୟତମାନେ ଚଳିତ ବର୍ଷ ବାବା ଆଖଣ୍ଡଳମଣିଙ୍କ ଜାଗରଯାତ୍ରାରେ ପ୍ରଶାସନ ପକ୍ଷରୁ ଲାଗିଥିବା କଟକଣା ସମ୍ବନ୍ଧରେ ଆଲୋଚନା କରିଥିଲେ । ରାଜ୍ୟର ଅନ୍ୟ ଶୈବକ୍ଷେତ୍ର ଭଳି କୋଭିଡ କଟକଣା ଅନୁଯାୟୀ ଯେପରି ଶ୍ରଦ୍ଦାଳୁଭକ୍ତମାନେ ମଣିବାବାଙ୍କ ଦର୍ଶନ କରିବେ ସେଥିପାଇଁ ଦାବି ରଖିଥିଲେ । ସେବାୟତମାନଙ୍କ ଠାରୁ ଏପରି ଦାବି ପାଇବା ପରେ ଜିଲା ପ୍ରଶାସନ ସହ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀ ମହାପାତ୍ର ପ୍ରକାଶ କରିଥିଲେ । ଏହି ଆଲୋଚନାରେ ମନ୍ଦିରର ବହୁ ସେବାୟତ , ମନ୍ଦିର ପରିଚାଳକ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.