Home କେନ୍ଦୁଝର ଆନନ୍ଦପୁର- ତରଭା ବୈତରଣୀ ନଦୀବନ୍ଧ ରାସ୍ତା ବିପର୍ଯ୍ୟସ୍ଥ

ଆନନ୍ଦପୁର- ତରଭା ବୈତରଣୀ ନଦୀବନ୍ଧ ରାସ୍ତା ବିପର୍ଯ୍ୟସ୍ଥ

39

ହାଟଡ଼ିହି,୨୧ /୮ (ଓଡିଆପୁଅ / ବିକାଶ ବିଶ୍ୱାଳ) ଆନନ୍ଦପୁର ତରଭା ବୈତରଣୀ ନଦୀବନ୍ଧ ରାସ୍ତାଟି ବିପର୍ଯ୍ୟସ୍ଥ ହୋଇ ପଡିଛି । ଏହି ରାସ୍ତାଟି ଉପରେ ବଞ୍ଚୋ, ମୁଗୁପୁର, ଯଶୋବନ୍ତପୁର, ଆଡହୁରିଆ, ନୀଳାପୁର, ପଞ୍ଚୁଗୋଛିଆ, ବଳଭଦ୍ରପୁର, ତରଭା, ବରେଶ୍ୱର, ବରଡି ଆଦି ଗ୍ରାମର ହଜାର ହଜାର ଲୋକମାନେ ଆନନ୍ଦପୁରକୁ ଯିବା ଆସିବା କରିବାପାଇଁ ନିର୍ଭର କରିଥାନ୍ତି । ଗତ ଦୁଇବର୍ଷ ତଳେ କୋଟି କୋଟି ଟଙ୍କା ବ୍ୟୟ କରାଯାଇ ଏହି ରାସ୍ତା ନିର୍ମାଣ କରାଯାଇଥିଲା । କିନ୍ତୁ ବଞ୍ଚୋ ଖେଳ ପଡିଆ ନିକଟରେ ଗତ କିଛିଦିନ ତଳେ ବିଭାଗୀୟ କର୍ତ୍ତପକ୍ଷ କିଛି ଖାଲଖମାକୁ ମାଟି ପକାଇ ପୋତି ଦେବାରୁ ଏବେ ସାମାନ୍ୟ ବର୍ଷାରେ ତାହା ପାଣିକାଦୁଅରେ ସରସର ହୋଇଯାଇଛି । ଯାହାଦ୍ୱାରା ସାଇକେଲ କିମ୍ବା ବାଇକ ଆରୋହୀଟିଏ ସୁରୁଖୁରୁରେ ଯାଇ ପାରୁ ନାହିଁ । ଅନେକ ସମୟରେ ଦୁର୍ଘଟଣା ମଧ୍ୟ ଘଟୁଛି । ଏଣୁ ବିଭାଗୀୟ କର୍ତ୍ତୁପକ୍ଷ ତୁରନ୍ତ ଏନେଇ ପଦକ୍ଷେପ ନେବାକୁ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.