Home ଜିଲ୍ଲା ପରିକ୍ରମା ଆଧ୍ୟାତ୍ମିକ ପତ୍ରିକା ଶକ୍ତିମୟୀର ଚତୁର୍ଦ୍ଦଶ ଅର୍ଘ୍ୟ ଉନ୍ମୋଚିତ

ଆଧ୍ୟାତ୍ମିକ ପତ୍ରିକା ଶକ୍ତିମୟୀର ଚତୁର୍ଦ୍ଦଶ ଅର୍ଘ୍ୟ ଉନ୍ମୋଚିତ

43

ଭଦ୍ରକ, ୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକ ଅନ୍ତର୍ଗତ ପୁରାତନ ପ୍ରସିଦ୍ଧ ଶକ୍ତିପୀଠ ବ୍ରାହ୍ମଣପାଳ ଠାରେ ଶ୍ରୀ ଶ୍ରୀ ମା’ ଦକ୍ଷିଣ କାଳୀ ଦୀର୍ଘ ୫ଶହ ବର୍ଷଧରି ପୂଜା ପାଇଆସୁଥିବା ବେଳେ, ମା’ଙ୍କର ବହୁ ଅଲୌକିକ ଘଟଣାବଳୀ ତଥା ମା’ଙ୍କର ମହିମା ଉପରେ ଆଧାରିତ ଆଧ୍ୟାତ୍ମିକ ପତ୍ରିକା ଶକ୍ତିମୟୀ ଦୀର୍ଘ ୧୪ବର୍ଷଧରି ପ୍ରକାଶ ପାଇଆସୁଅଛି । ଏବର୍ଷର ସାମ୍ବତ୍ସରିକ କାଳୀପୂଜା ଅବସରରେ ମା’ଙ୍କର ମହିମାକୁ ନେଇ ଚତୁର୍ଦ୍ଦଶ ଅର୍ଘ୍ୟ ମା’ଙ୍କର ପୀଠ ପ୍ରାଙ୍ଗଣରେ ଉନ୍ମୋଚିତ ହୋଇଯାଇଛି । ପତ୍ରିକାର ସଂପାଦକ ମାତୃପ୍ରେମୀ ଗୟାଧର ପଣ୍ଡାଙ୍କ ପ୍ରଚେଷ୍ଠାରେ ବହୁ ଉଚ୍ଚକୋଟିର ସାରସ୍ୱତ ପ୍ରେମୀଙ୍କ ଲେଖା ସମ୍ବଳିତ ପତ୍ରିକା “ଶକ୍ତିମୟୀ” ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡଃ ରାମଚନ୍ଦ୍ର ପଣ୍ଡା, ପୂଜ୍ୟପୂଜା ସଂସଦର ସଭାପତି କରୁଣାକର ବେହୁରିଆ, ଭଦ୍ରକ ରୋଟାରୀ କ୍ଲବର ସଂପାଦକ ରୋଟାରୀୟାନ ଅମ୍ବିକା ବଲ୍ଲଭ ସ୍ୱାଇଁ ତଥା ମା’ଙ୍କର ମୁଖ୍ୟ ପୂଜକ ସନ୍ତୋଷ କୁମାର ପଣ୍ଡା ଓ ପୁରୋହିତ ଶ୍ରେଷ୍ଠ ଉମାକାନ୍ତ ମିଶ୍ରଙ୍କ ଉପସ୍ଥିତିରେ ପତ୍ରିକାଟି ଉନ୍ମୋଚିତ ହୋଇଛି । ଆଶା ପତ୍ରିକାଟି ପାଠକୀୟ ସ୍ୱୀକୃତି ଲାଭ କରିବା ସହ ସାଧାରଣ ମଣିଷ ଭିତରେ ଥିବା ଅହଂ ଭାବକୁ ଦୂରକରି ଆଧ୍ୟାତ୍ମିକ ଚେତନା ଭରିଦେବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.