Home ଜିଲ୍ଲା ପରିକ୍ରମା ୫ ବର୍ଷ ପରେବି ସରୁନି ଅଙ୍ଗନୱାଡ଼ି ଗୃହ ନିର୍ମାଣ

୫ ବର୍ଷ ପରେବି ସରୁନି ଅଙ୍ଗନୱାଡ଼ି ଗୃହ ନିର୍ମାଣ

44

ଭଦ୍ରକ, ୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ୨୫ ଟି ପଂଚାୟତରେ ୨୩୮ଟି ଅଙ୍ଗନବାଡ଼ି କେନ୍ଦ୍ର କାର୍ଯ୍ୟ କରୁଛି । ୨୫ଟି ପଂଚାୟତକୁ ୧୧ଟି ସେକ୍ଟରରେ ଭାଗ କରାଯାଇଛି । ତନ୍ମଧ୍ୟରୁ କାଦବରାଙ୍ଗ ସେକ୍ଟର ଅନ୍ୟତମ । ଏହି ସେକ୍ଟର କାଦବରାଙ୍ଗ, ଓଡ଼ଙ୍ଗ ଓ ବଡ଼ବର୍ଚ୍ଚିକୟାଁ ପଂଚାୟତକୁ ନେଇ ଗଠିତ । ଜନସୂଚନା ଅଧିକାର ଆଇନ ବଳରେ ହସ୍ତଗତ ତଥ୍ୟ ଅନୁଯାୟୀ ଉକ୍ତ ସେକ୍ଟର ଅଧିନରେ ୨୬ ଗୋଟି ଅଙ୍ଗନବାଡ଼ି କେନ୍ଦ୍ର ଅନ୍ତର୍ଭୁକ୍ତ । ତନ୍ମଧ୍ୟରୁ ଓଡ଼ଙ୍ଗ ପଂଚାୟତ ଅନ୍ତର୍ଗତ ବୋଡ଼କମୋହାଜିବ ଅନ୍ୟତମ । ୨୦୧୬-୧୭ ଆର୍ଥକ ବର୍ଷରେ ଏମଜିଏନଆରଇଜିଏସ ଯୋଜନାରେ ମଂଜୁର ଅର୍ଥରେ ଏଠାରେ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା କିନ୍ତୁ ଇତି ମଧ୍ୟରେ ଗୃହ ନିର୍ମାଣକୁ ୫ ବର୍ଷ ବିତିଯାଇଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀଙ୍କ ଇଚ୍ଛା ଶକ୍ତିର ଅଭାବ ଓ ସଂପୃକ୍ତ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଏହା ସଂପୂର୍ଣ୍ଣ ହୋଇପାରୁ ନଥିବା ଜଣାପଡ଼ିଛି । ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକର ଗୃହ ନିର୍ମାଣ ପାଇଁ ସରକାରୀ ସ୍ତରରେ ବିଭିନ୍ନ ପ୍ରକାର ଯୋଜନା ମାଧ୍ୟମରେ ଅର୍ଥ ମଂଜୁର ହେଉଥିଲେ ସୁଦ୍ଧା ଗୃହ ଗୁଡ଼ିକ ନିର୍ଦ୍ଧାରୀତ ସମୟ ମଧ୍ୟରେ ସମ୍ପୂର୍ଣ୍ଣ ହୋଇ ପାରୁନଥିବାରୁ ଏହା ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳ ନିର୍ଦେଶ କରୁଛି । ମହିଳା ଓ ଶିଶୁଙ୍କର ସର୍ବାଙ୍ଗୀନ ଉନ୍ନତିକୁ ଲକ୍ଷ୍ୟରେ ସରକାର ଅଙ୍ଗନୱାଡ଼ି କେନ୍ଦ୍ରମାନ ପ୍ରତିଷ୍ଠା କରିଥିଲେ । ମାତ୍ର ବାସ୍ତବ କ୍ଷେତ୍ରରେ ଏହାର ସଫଳ ରୂପାୟନ ହୋଇ ପାରୁ ନଥିବା ଦେଖିବାକୁ ମିଳିଛି । ନିଜସ୍ୱ ଗୃହ ନଥିବାରୁ କୋଭିଡ଼-୧୯ ପାଇଁ ସରକାରୀ ସ୍ତରରେ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ଘୋଷଣା ହେବା ପର୍ଯ୍ୟନ୍ତ ବୋଡ଼କମୋହାଜିବ ସ୍କୁଲର ଏକ କୋଠରୀରେ ଏହି କେନ୍ଦ୍ର ଚାଲିଆସୁଥିଲା । ଉକ୍ତ ଗୃହରେ କେନ୍ଦ୍ରର ଅନ୍ୟ କାର୍ଯ୍ୟସହ ରୋଷେଇ କାର୍ଯ୍ୟ ମଧ୍ୟ ସଂପାଦନା ହେଉଥିଲା । ତେଣୁ ବିଭାଗୀୟ ଅଧିକାରୀ ଏହି ଅସମ୍ପୂର୍ଣ୍ଣ ଗୃହକୁ ସମ୍ପୂର୍ଣ୍ଣ କରିବାକୁ ଅଭିଭାବକଙ୍କ ମହଲରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.