Home ଜିଲ୍ଲା ପରିକ୍ରମା ଆଦାନୀ ଫାଉଣ୍ଡେସନ ପକ୍ଷରୁ ଅଗ୍ନିକାଣ୍ଡ କ୍ଷତିଗ୍ରସ୍ତଙ୍କୁ ସହାୟତା

ଆଦାନୀ ଫାଉଣ୍ଡେସନ ପକ୍ଷରୁ ଅଗ୍ନିକାଣ୍ଡ କ୍ଷତିଗ୍ରସ୍ତଙ୍କୁ ସହାୟତା

38

ଭଦ୍ରକ, ୧୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଦାନୀ ଧାମରା ପୋର୍ଟର ସିଏସ୍‌ଆର ଅଂଶ, ଆଦାନୀ ଫାଉଣ୍ଡେସନ୍ ସର୍ବଦା ଆବଶ୍ୟକ ଅନୁସାରେ ତୃଣମୂଳ ସ୍ତରରେ ସମାଜକୁ ନିରନ୍ତର ସେବା ପ୍ରଦାନ କରିଆସୁଅଛି । ଶିକ୍ଷା, ସ୍ୱାସ୍ଥ୍ୟ, ଭିଭିଭୂମି ବ୍ୟତୀତ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କମ୍ପାନୀ ନିଜର ସାମାଜିକ ଦାୟିତ୍ୱ ତୁଲାଇଥାଏ । ଏହି କ୍ରମରେ ଆଦାନୀ ଫାଉଣ୍ଡେସନ କରଞ୍ଜମାଳ ଗ୍ରାମ ପଞ୍ଚାୟତର ଚାରି ଜଣ ଅଗ୍ନିକାଣ୍ଡ କ୍ଷତିଗ୍ରସ୍ତ ପରିବାରଙ୍କୁ ସହାୟତା ପ୍ରଦାନ କରିଛନ୍ତି । ଗତ ଅପ୍ରେଲ ୪ ତାରିଖ ମଧ୍ୟରାତ୍ରିରେ ଅଗ୍ନିକାଣ୍ଡ ହେତୁ ନଟବର ମାଝୀ, ଶ୍ୟାମ ସୁନ୍ଦର ମାଝୀ, ବିନୋଦ ମାଝୀ ଓ ବଟକୃଷ୍ଣ ମାଝୀ ସମସ୍ତ ଧନ ସମ୍ପତ୍ତି ଓ ସାମଗ୍ରୀ ହରାଇଥିଲେ । ଏହି ଖବର ପାଇବା ପରେ ସିଏସ୍‌ଆର ଟିମ୍ ଘଟଣା ସ୍ଥଳରେ ପହଞ୍ଚି ରିଲିଫ ପ୍ୟାକେଟରେ ଚାଉଳ, ଡାଲି, ପୋଷାକ, ରନ୍ଧନ ସାମଗ୍ରୀ ଇତ୍ୟାଦି ସହିତ ସହାୟତା ପ୍ରଦାନ କରିଥିଲେ । ଏହି ସମୟରେ ପିଆର୍‌ଆଇ ସଦସ୍ୟ, ବୁଦ୍ଧିଜୀବୀ ଓ କରଞ୍ଜମାଳ ଗ୍ରାମର ଗ୍ରାମବାସୀ ଉପସ୍ଥିତ ଥିଲେ ଓ ଜରୁରୀ ପରିସ୍ଥିତିରେ ସହାୟତା ପାଇଁ ଆଦାନୀ ଫାଉଣ୍ଡେସନକୁ ଧନ୍ୟବାଦ ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.