Home ଜିଲ୍ଲା ପରିକ୍ରମା ମାକ୍ସ ଚେକିଂ ଆଳରେ ଆରଡି ପୁଲିସର ଦାଦାଗିରି, ଯୁବକଙ୍କୁ ପୁଲିସ ମାଡ ମାରିବା ଭିଡିଓ ଭାଇରାଲରୁ...

ମାକ୍ସ ଚେକିଂ ଆଳରେ ଆରଡି ପୁଲିସର ଦାଦାଗିରି, ଯୁବକଙ୍କୁ ପୁଲିସ ମାଡ ମାରିବା ଭିଡିଓ ଭାଇରାଲରୁ ଆସିଲା ସତ୍ୟ ଘଟଣା, ଏସପିଙ୍କ ଦ୍ୱାରସ୍ଥା ହେଲେ ଯୁବକଙ୍କ ବାପା-ମା’

218

ଭଦ୍ରକ, ୧୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହାମାରୀ କରୋନାର ଦ୍ୱିତୀୟ ଲହରୀକୁ ନେଇ ଏବେ ସାରା ରାଜ୍ୟରେ ମାକ୍ସ ଚେକିଂକୁ କଡାକଢି କରାଯାଇଛି । ହେଲେ ମାକ୍ସ ଚେକିଂ ଆଳରେ କେତେକ ସ୍ଥାନରେ ପୁଲିସ ବାବାଙ୍କୁ ଦାଦାଗିରି ଦେଖିବାକୁ ମିଳିଛୁ ବିଭିନ୍ନ ସୋସିଆଲ ମିଡିଆରେ । ଗତ ଶନିବାର ଭଦ୍ରକ ଜିଲା ଆରଡି ଫାଣ୍ଡି ପୁଲିସ ପକ୍ଷରୁ ଆଖଣ୍ଡଳମଣି-ଭଦ୍ରକ ମୁଖ୍ୟ ରାସ୍ତାର ଫାଣ୍ଡି ସମୁଖରେ ମାକ୍ସ ଚେକିଂ ଚାଲିଥିବା ବେଳେ ୨ଜଣ ଯୁବକଙ୍କୁ ପୁଲିସ ଅତି ଅମାନୁସିକ ଭାବେ ମାଡ ମାରିବା ସହ ହତ୍ୟା ଭଳି ବହୁ ସଙ୍ଗିନ ସଫା ଲଗାଇ କୋର୍ଟ ଚାଲାଣ କରିବା ଭିଡିଓ ଏବେ ବିଭିନ୍ନ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି । ଏପରିକି ପୁଲିସ ଅଧିକାରୀମାନେ ସାଧା ପୋଷାକରେ ରହି ମାକ୍ସ ଚେକିଂ କରୁଥିବା ବେଳେ କେତେକଙ୍କ ମୁହଁରେ ମାକ୍ସ ନଥିବା ଦେଖିବାକୁ ମିଳିଛି ଏହି ଭାଇରାଲ ଭିଡିଓରେ । ଗତ ଶନିବାର ବେତାଳିଗାଁରେ ରହୁଥିବା ଯାଜପୁର ଜିଲା ମଙ୍ଗଳପୁର ଥାନା ଅଧିନସ୍ଥ ଅରଦାଳିୁଆ ଗାଁର ସୈାମ୍ୟରଞ୍ଜନ ମଇକାପ ଓ ତାର ଭାଇ ବାବା ଆଖଣ୍ଡଳମଣିଙ୍କ ଦର୍ଶନ ପାଇଁ ଆରଡିପୀଠକୁ ଆସୁଥିବା ବେଳେ ମାକ୍ସ ନପିନ୍ଧିଥିବାରୁ ତାଙ୍କୁ ପୁଲିସ ଅଟକାଇଥିଲା । ତାହାସହ ଜୋରିମାନା ଆଦାୟକୁ ନେଇ ପୁଲିସ ଓ ଯୁବକଙ୍କ ମଧ୍ୟରେ ଯୁକ୍ତତର୍କ ହେଉଥିବା ବେଳେ ଜଣେ ଯୁବକ ମୋବାଇଲି ଭିଡିଓ ଉତ୍ତୋଳନ କରିବାକୁ ନେଇ ନେଇ ପୁଲିସ ରକ୍ତ ମୁଖା ହୋଇଯାଇଥିଲା ।

ଏପରିକି ଯୁବକଙ୍କୁ ୩/୪ଜଣ ପୁଲିସ ଅତି ଅମାନୁସିକ ଭାବେ ମାଡ ମାରିବା ସହ ତଳେ ପକାଇ ଦେଇଥିଲା । ଯୁବକ ଜଣକ ଯେତେ ଚିତ୍କାର କରିଥିଲେ ମଧ୍ୟ ପୁଲିସ ଛାଡନଥିଲା । ଏପରି ଭିଡିଓ ଦେଖିବାକୁ ମିଳିଛି ସୋସିଆଲ ମିଡିଆରୁ । ଯାହାର ଭିଡିଓ ଏବେ ବହୁଳମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଗୋଟିଏପଟେ ରାଜ୍ୟ ସରକାର ୫ଟି ଆଇନରେ ସାଧାରଣ ଲୋକଙ୍କୁ ନ୍ୟାୟ ଦେବା ପାଇଁ ଡିଣ୍ଡିମ ପିଟୁଥିବା ବେଳେ , ଏପଟେ କେତେକ ପୁଲିସବାବୁ ନିଜର ହିତ୍ୟାହିତ୍ୟ ଜ୍ଞାନ ଭୁଲି ସାଧାରଣ ଲୋକଙ୍କୁ ନ୍ୟାୟ ଦେବା ବଦଳେ ଅତ୍ୟାଚର କରିବାକୁ ପଛାଉନଥିବା ସୋମବାର ଯୁବକର ବାପା ପ୍ରଦୀପ ମଇକାପ ଓ ମା ଶୁକାନ୍ତି ମଇକାପ କହିଛନ୍ତି । ଏପରିକି ଭଦ୍ରକ ଯାଇ ଏସପିଙ୍କୁ ଭେଟିବା ସହ ତାଙ୍କ ପୁଅ ପ୍ରତି ହୋଇଥିବା ଅନ୍ୟାୟ ଓ ମରାଣନ୍ତକ ଆକ୍ରମଣ କରିଥିବା ପୁଲିସ ବାବୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିବେଦନ କରିଛନ୍ତି । ଏପରିକି ଆଗାମୀ ୩ଦିନ ମଧ୍ୟରେ ଯଦି ଏସପି କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି ତାହାଲେ ରାଜରାସ୍ତାରେ ଆତ୍ମହତ୍ୟା କରିବେ ବୋଲି ଯୁବକର ମା ଶୁକାନ୍ତି ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.