Home ଜିଲ୍ଲା ପରିକ୍ରମା ଆଦାନୀ ଧାମରା ପୋର୍ଟ ପକ୍ଷରୁ ଗୁରୁଦିବସ, ୫ ଜଣ ଅବସରପ୍ରାପ୍ତ ଶିକ୍ଷକ ‘ଗୁରୁ ସମ୍ମାନ’ରେ ସମ୍ମାନୀତ

ଆଦାନୀ ଧାମରା ପୋର୍ଟ ପକ୍ଷରୁ ଗୁରୁଦିବସ, ୫ ଜଣ ଅବସରପ୍ରାପ୍ତ ଶିକ୍ଷକ ‘ଗୁରୁ ସମ୍ମାନ’ରେ ସମ୍ମାନୀତ

30

ଭଦ୍ରକ, ୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ୱାଧୀନ ଭାରତର ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ୧୩୩ତମ ଜନ୍ମବାର୍ଷିକୀ ତଥା ଗୁରୁ ଦିବସ ଅବସରରେ ଆଦାନୀ ଫାଉଣ୍ଡେସନ ପକ୍ଷରୁ ଗୁରୁ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ୫ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କୁ ‘ଗୁରୁ ସମ୍ମାନ’ରେ ସମ୍ମାନିତ କରାଯାଇଛି । ଏମ୍‌ଇ ଓ ହାଇସ୍କୁଲରେ ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି ଓ ଗ୍ରାମୀଣ ଭଦ୍ରକରେ ବିଦ୍ୟାଳୟ ଶିକ୍ଷାର ଅଭିବୃଦ୍ଧି ଦିଗରେ ଓଡିଆ, ଇଂରାଜୀ, ଗଣିତ ଓ ସାମାଜିକ ବିଜ୍ଞାନ ବିଷୟରେ ଅତୁଳନୀୟ ଅବଦାନ ପାଇଁ ପଞ୍ଚୁଟିକ୍ରୀର ଗୋପାଳ ପ୍ରସାଦ ନାୟକ, ଭଦ୍ରକର ପୁରୁଷୋତ୍ତମ ଓଝା, ବାଲିମୁଣ୍ଡାର ହୃଷିକେଶ ଖିଲାର, ଗୁଜିଦରଡ଼ାର ଜଗବନ୍ଧୁ ବାରିକ୍ ଓ ଚାପୁଲିଆର ଶାନ୍ତିଲତା ରାଉତଙ୍କୁ ‘ଗୁରୁ ସମ୍ମାନ’ ପ୍ରଦାନ କରାଯାଇଛି । କୋଭିଡ ନିୟମାବଳୀର ଅନୁପାଳନ ସ୍ୱରୂପ ଗ୍ରାମର ବୁଦ୍ଧିଜୀବୀ ଓ ଶିକ୍ଷାବିତ୍‌ଙ୍କ ଉପସ୍ଥିତିରେ ଆଦାନୀ ଫାଉଣ୍ଡେସନର ସଦସ୍ୟଙ୍କ ଦ୍ୱାରା ଏହି ଶିକ୍ଷକମାନଙ୍କୁ ସମ୍ମାନିତ କରାଯାଇଛି । ଆଦାନୀ ଧାମରା ପୋର୍ଟ ୨୦୧୨ରୁ ଗୁରୁ ଦିବସ ପାଳନ କରିଆସୁଛି ଏବଂ ଆଜି ପର୍ଯ୍ୟନ୍ତ ପୋର୍ଟ ପାରିପାଶ୍ୱର୍ରୁ ୪୬ଜଣ ଶିକ୍ଷକଙ୍କୁ ‘ଗୁରୁ ସମ୍ମାନ’ରେ ସମ୍ମାନିତ କରାଯାଇସାରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.