Home ଜିଲ୍ଲା ପରିକ୍ରମା ଭଦ୍ରକ ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟରେ ଗୁରୁଦିବସ

ଭଦ୍ରକ ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟରେ ଗୁରୁଦିବସ

44

ଭଦ୍ରକ, ୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ‘ଏକ ମୂଲ୍ୟନିଷ୍ଠ ସମାଜ ଗଠନ ପାଇଁ ସଶକ୍ତ ଶିକ୍ଷକ’ ଶୀର୍ଷକ ଏକ ଆଲୋଚନା ଚକ୍ର ଓ ଗୁରୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଦୀପକ କୁମାର ପାଢୀ ଯୋଗଦେଇଥିଲେ । ରାଷ୍ଟ୍ରପ୍ରତି ପୁରସ୍କୃତ ଶିକ୍ଷକ ପ୍ରଣବ କୁମାର ସାହୁ, ଶିକ୍ଷକ ରତିକାନ୍ତ ବେହେରା, ପ୍ରଶାନ୍ତ କୁମାର ସାହୁ ତଥା ବହୁ ଶିକ୍ଷକ-ଶିକ୍ଷୟିତ୍ରୀ ଏଥିରେ ଯୋଗଦେଇଥିଲେ । ବ୍ରହ୍ମାକୁମାରୀ ମଂଜୁ ଭଉଣୀଙ୍କ ଅଧ୍ୟକ୍ଷତାରେ ଏହି ଶିକ୍ଷକ ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବ୍ରହ୍ମାକୁମାର ଡା. ରବିନ୍ଦ୍ର ଓଝା ଗୁରୁଦିବସ ଅବସରରେ ଏକ ସୁନ୍ଦର କବିତା ପାଠ କରିଥିଲେ । ବ୍ରହ୍ମାକୁମାରୀ ରତ୍ନପ୍ରଭା ଯୋଗର ଅନୁଭୂତି କରାଇଥିଲେ । ବ୍ରହ୍ମାକୁମାରୀ ଅମିଶା ଚାନ୍ଦ ଆଧ୍ୟାତ୍ମିକ ନୃତ୍ୟ ପରିବେଷଣ କରିଥିଲେ । ଶିକ୍ଷକମାନେ ସେମାନଙ୍କର ବ୍ୟକ୍ତିଗତ ମତ ପ୍ରଦାନ କରି ପ୍ରକାଶ କରିଥିଲେ ଯେ ଏକ ଆଦର୍ଶ ଶିକ୍ଷକ ପାଇଁ ଆଧ୍ୟାତ୍ମିକତାର ଆବଶ୍ୟକ ବହୁତ ଜରୁରୀ । ବ୍ରହ୍ମାକୁମାର ସୌଭାଗ୍ୟ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସମସ୍ତଙ୍କୁ ଈଶ୍ୱରୀୟ ଉପହାର ପ୍ରଦାନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.