Home ଜିଲ୍ଲା ପରିକ୍ରମା ଆଦାନୀ ଧାମରା ପୋର୍ଟ ପକ୍ଷରୁ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ

ଆଦାନୀ ଧାମରା ପୋର୍ଟ ପକ୍ଷରୁ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ

107

ଭଦ୍ରକ, ୨୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କନ୍ୟା ସନ୍ତାନଙ୍କ ଅଧିକାର, ଶିକ୍ଷାର ମହତ୍ତ୍ୱ୍ୱ ତଥା ସେମାନଙ୍କ ସ୍ୱାସ୍ଥ୍ୟ ଓ ପୃଷ୍ଟିକରଣ ଉପରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଦାନୀ ଫାଉଣ୍ଡେସନ ପକ୍ଷରୁ ଭଦ୍ରକ ଚରମ୍ପା କଲେଜରେ ତ୍ରୟୋଦଶ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ‘ବେଟି ବଚାଓ, ବେଟି ପଢାଓ’ ସ୍ଲୋଗାନ ସହିତ ପାରିପାଶ୍ୱର୍ିକ ଗ୍ରାମରେ ଥିବା କଲେଜ ଛାତ୍ରଛାତ୍ରୀଙ୍କ ଦ୍ୱାରା ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଶୋଭାଯାତ୍ରା ସମୟରେ ରାଷ୍ଟ୍ରନିର୍ମାଣରେ କନ୍ୟା ସନ୍ତାନଙ୍କ ଗୁରୁତ୍ୱ ଓ ଭୂମିକା ସମ୍ପର୍କରେ ଛାତ୍ରଛାତ୍ରୀମାନେ ନିକଟସ୍ଥ ଗ୍ରାମବାସୀଙ୍କୁ ସଚେତନ କରାଇଥିଲେ । କାର୍ଯ୍ୟକ୍ରମରେ ଚରମ୍ପା କଲେଜ ଅଧ୍ୟକ୍ଷ ଡ. ବ୍ରଜକିଶୋର ବଳ ଛାତ୍ରଛାତ୍ରୀଙ୍କୁ ସ୍ୱାଗତଭାଷଣ ଦେଇ ଆଜିର ଦିନର ମହତ୍ତ୍ୱ ଓ ବେଟି ବଚାଓ, ବେଟି ପଢାଓ ଆନ୍ଦୋଳନର ପ୍ରାସଙ୍ଗିକତା ସମ୍ପର୍କରେ ବୁଝାଇଥିଲେ । ବର୍ତ୍ତମାନ ପରିସ୍ଥିତିରେ ଝିଅମାନେ କିପରି ଘରୋଇ ହିଂସାର ଶିକାର ହେଉଛନ୍ତି ଏବଂ ସମାଜରେ କନ୍ୟା ସନ୍ତାନର ସୁରକ୍ଷା ସୁନିଶ୍ଚିତ କରିବାରେ ସମସ୍ତଙ୍କ ଭୂମିକା ବିଷୟରେ ଅଧ୍ୟାପକମାନେ ଆଲୋକପାତ କରିଥିଲେ । ମହିଳା ଗର୍ଭପାତ, କନ୍ୟା ସନ୍ତାନ ଓ ମହିଳାଙ୍କ ପ୍ରତି ହିଂସା ଆଇନ ଏବଂ ଶିକ୍ଷା, ସ୍ୱାସ୍ଥ୍ୟ, ଚାକିରୀ, ସମ୍ପତ୍ତି କ୍ଷେତ୍ରରେ କନ୍ୟା ସନ୍ତାନଙ୍କ ସହିତ ଜଡିତ ସଂରକ୍ଷଣ ଆଇନ ଉପରେ ବିଚାର ବିମର୍ଶ କରାଯାଇଥିଲା । ଏହି ଅବସରରେ ରାଷ୍ଟ୍ର ଗଠନରେ ମହିଳାଙ୍କ ଭୂମିକାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରତିଯୋଗିତାରେ ବିଜୟୀ ପ୍ରତିମା ପଣ୍ଡା, ମନିଶା ସେନାପତି, ସୁଶ୍ରୀ ସଙ୍ଗୀତା ସ୍ୱାଇଁ ଏବଂ ତାନିଆ ରୁବା ଜେନାଙ୍କୁ କଲେଜ ଅଧ୍ୟକ୍ଷ ଓ ଆଦାନୀ ଫାଉଣ୍ଡେସନର ପ୍ରତିନିଧି ପୁରସ୍କୃତ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.