Home ଜିଲ୍ଲା ପରିକ୍ରମା ଆଦାନୀ ଧାମରା ପୋର୍ଟରେ ରକ୍ତଦାନ ଶିବିର: ୩୭୦ ୟୁନିଟ ରକ୍ତ ସଂଗ୍ରହ

ଆଦାନୀ ଧାମରା ପୋର୍ଟରେ ରକ୍ତଦାନ ଶିବିର: ୩୭୦ ୟୁନିଟ ରକ୍ତ ସଂଗ୍ରହ

22

ଭଦ୍ରକ, ୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଦାନୀ ଧାମରା ପୋର୍ଟ ପକ୍ଷରୁ ଭଦ୍ରକ ଜିଲା ରେଡ଼କ୍ରସ ସୋସାଇଟି ସହଯୋଗରେ ଦୋସିଙ୍ଗା ପଞ୍ଚାୟତର ନରସିଂହପ୍ରସାଦରେ ଥିବା ୱେଲନେସ୍ ସେଂଟରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏଥିରେ ୩୭୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ପୋର୍ଟ ଅଧିକାରୀ ଓ କର୍ମଚାରୀ ତଥା ପୋର୍ଟ ଟାଉନ ସିପ୍‌ର ସଦସ୍ୟମାନେ ରକ୍ତଦାନ କରିଥିଲେ । ରକ୍ତଦାନ ଅନେକ ସମୟରେ ଜୀବନଦାନ ସଦୃଶ କାର୍ଯ୍ୟ କରିଥାଏ । ଏହି ଚିନ୍ତାଧାରା ପ୍ରତି ଅନୁପ୍ରାଣିତ ହେବା ସଙ୍ଗେସଙ୍ଗେ ଏହାକୁ ରକ୍ତଦାନ ଅଭିଯାନରେ ପରିଣତ କରିବା ଆଦାନୀ ପରିବାର ସବୁବେଳେ ପ୍ରୟାସରତ । ସମାଜର କଲ୍ୟାଣ ପାଇଁ ଆଦାନୀ ଗ୍ରୁପର ପ୍ରତିବଦ୍ଧତା ରକ୍ତଦାତାଙ୍କ ମଧ୍ୟରେ ଥିବା ଉତ୍ସାହ ମାଧ୍ୟମରେ ଦେଖିବାକୁ ମିଳିଥିଲା । ପୋର୍ଟ କର୍ମକର୍ତ୍ତା, ଶ୍ରମିକ, ପରିବାର ସଦସ୍ୟ ଏବଂ ବନ୍ଦର ସହଯୋଗୀମାନେ ବ୍ୟାପକ ଭାବେ ସମାଜର କଲ୍ୟାଣ ନିମନ୍ତେ ରକ୍ତଦାନ ଏବଂ ଅନ୍ୟାନ୍ୟ ସ୍ୱେଚ୍ଛାକୃତ ସେବା ଦ୍ୱାରା ଜାତିର ନିର୍ମାଣ ଉଦ୍ଦେଶ୍ୟରେ ମିଳିତ ଶପଥ ନେଇଥିଲେ । ଏହି ଶିବିରକୁ ସଫଳ କରିବା ନିମନ୍ତେ ଆଦାନୀ ଧାମରା ପୋର୍ଟ ଏଲ୍‌ଏନ୍‌ଜି ଟର୍ମିନାଲର କର୍ମକର୍ତ୍ତା, ଆଦାନୀ ଫାଉଣ୍ଡେସନ ଏବଂ ଅନ୍ୟାନ୍ୟ ହିତାଧିକାର ଓ ସ୍ୱେଚ୍ଛାସେବୀ ମାନେ ସହଯୋଗର ହାତ ବଢାଇଥିଲେ । ଶିବିରରେ କୋଭିଡ-୧୯ ର ସମସ୍ତ ପ୍ରକାର ନିର୍ଦ୍ଦେଶନାମା ପାଳନ କରାଯାଇଥିଲା । ଅଧିକ ସଂଖ୍ୟକ ରକ୍ତଦାତାଏହି ରକ୍ତଦାନ ଶିବିରରେ ଯୋଗଦେଇ ଏହାକୁ ସଫଳ କରିଥିବାରୁ ଆଦାନୀ ଧାମରା ପୋର୍ଟ ମୁଖ୍ୟ କାର୍ଯ୍ୟନିର୍ବାହୀ ସୁବ୍ରତ ତ୍ରିପାଠୀ ସମସ୍ତ ରକ୍ତଦାତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.