Home ଜିଲ୍ଲା ପରିକ୍ରମା ଡ଼ିଜେଲ, ପେଟ୍ରୋଲ ଓ ନିତ୍ୟବ୍ୟବହାର୍ଯ୍ୟ ଜିନିଷର ଦରବୃଦ୍ଦି ବିରୁଦ୍ଧରେ ୧୫ ଜୁଲାଇ ବାମପନ୍ଥୀଙ୍କ ଓଡ଼ିଶା ବନ୍ଦ...

ଡ଼ିଜେଲ, ପେଟ୍ରୋଲ ଓ ନିତ୍ୟବ୍ୟବହାର୍ଯ୍ୟ ଜିନିଷର ଦରବୃଦ୍ଦି ବିରୁଦ୍ଧରେ ୧୫ ଜୁଲାଇ ବାମପନ୍ଥୀଙ୍କ ଓଡ଼ିଶା ବନ୍ଦ ଡ଼ାକରା

184

ଭଦ୍ରକ, ୧୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଡ଼ିଜେଲ, ପେଟ୍ରୋଲ ଓ ନିତ୍ୟବ୍ୟବହାର୍ଯ୍ୟ ଜିନିଷର ଦରବୃଦ୍ଧି ବିରୁଦ୍ଧରେ ରାଜ୍ୟରେ ୪ଟି ବାମପନ୍ଥୀ ଦଳ ଯଥା ସିପିଆଇ, ସିପିଆଇ(ଏମ୍‌), ସିପିଆଇ(ଏମ୍‌-ଏଲ୍‌)ଲିବରେସନ ଓ ଫରୱାର୍ଡ଼ ବ୍ଲକ ପକ୍ଷରୁ ଆସନ୍ତା ଜୁଲାଇ ୧୫ତାରିଖ ସକାଳ ୬ଟାରୁ ମଧ୍ୟାହ୍ନ ୧୨ ପର୍ଯ୍ୟନ୍ତ ଓଡ଼ିଶା ବନ୍ଦ ଡ଼ାକରା ଦିଆଯାଇଛି । ଏହି ପରିପ୍ରେକ୍ଷିରେ ମିଳିତ ବାମପନ୍ଥୀ ସଂଗଠନ ପକ୍ଷରୁ ଭଦ୍ରକସ୍ଥିତ ବାଲଗୋପାଲ ମନ୍ଦିର ପରିସରରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇ ନିଷ୍ପତ୍ତି ନିଆଯାଇଥିଲା । ଉକ୍ତ ବୈଠକରେ ସିପିଆଇ(ଏମ୍‌)ର ଜିଲ୍ଲା ସଂପାଦକ ଦିବ୍ୟସିଂହ ନାୟକ, ସିପିଆ(ଏମ୍‌-ଏଲ) ଲିବରେସନର ଜିଲ୍ଲା ସଂପାଦକ ସମରବଳ, ସିପିଆଇ ଜିଲ୍ଲା ସଂପାଦକ ଶୁଭେନ୍ଦ୍ର ପ୍ରତାପ ମହାନ୍ତି କହିଛନ୍ତି ଡ଼ିଜେଲ ଓ ପେଟ୍ରୋଲ ଉପରେ ଟିକଟ ବୃଦ୍ଧିଯୋଗୁ ଏହାର ଲିଟରପିଛା ୧୦୦ଟଙ୍କାରୁ ଉର୍ଦ୍ଧ୍ୱ ହୋଇଛି । ଏହାର ସିଧା ପ୍ରଭାବ ମାଲ ଓ ଯାତ୍ରାପରିବହନ ଉପରେ ପଡ଼ୁଛି । କରୋନା ମହାମାରୀ ଯୋଗୁଁ ସାଧାରଣ ଲୋକଙ୍କ ଜୀବନ ଜୀବିକା ସଂକଟାପନ୍ନ, ସେଥିରେ ତୈଳଯାତ ସାମଗ୍ରୀର ଦରବୃଦ୍ଧି ସାଙ୍ଗକୁ ୨୩ଟି ନିତ୍ୟବ୍ୟବହାର୍ଯ୍ୟ ଜିନିଷକୁ ଅତ୍ୟାବଶ୍ୟକ ଦ୍ରବ୍ୟରୁ ହଟାଇ ଦେବା ଫଳରେ ଖାଇବା ତେଲ, ଡ଼ାଲି, ଆଳୁ, ପିଆଜ, ଚିନି ଓ ଓøଷଧ ଆଦି ସମସ୍ତ ନିତ୍ୟବ୍ୟବହାର୍ଯ୍ୟ ଜିନିଷରେ ଆକାଶ ଛୁଆଁ ଦରବୃଦ୍ଧ. ଗରୀବ ମଧ୍ୟବିତ୍ତଙ୍କ ଆର୍ଥିକ ମେରୁଦଣ୍ଡ ଉପରେ ପ୍ରଚଣ୍ଡ ଆକ୍ରମଣ ।

ଅନ୍ୟ ବାମପନ୍ଥି ନେତା ଚନ୍ଦ୍ରଶେଖର ନାୟକ, ରାଧାଦାଶ, ପ୍ରଫୁଲ୍ଲ ପାଢୀ, ପ୍ରଭାସ ମହାପାତ୍ର, ଅଭିରାମ ବଳ, ଜୟନ୍ତୀ ବିଶ୍ୱାଳ, ଗିରିଧାରୀ ନାଥ, ପରମେଶ୍ୱର ବାରିକ, ରମେଶ ଜେନା, ପ୍ରମୁଖ ବକ୍ତବ୍ୟରେ କେନ୍ଦ୍ର ଓ ରାଜ୍ୟସରକାରଙ୍କୁ ତୀବ୍ର ସମାଲୋଚନା କରି କହିଥିଲେ ଯେ ୨୦୧୪ ଓ ୧୫ ନରେନ୍ଦ୍ର ମୋଦିଙ୍କ ବିଜେପି ସରକାର ଡ଼ିଜେଲ ଓ ପେଟ୍ରୋଲ ଉପରୁ ଅବକାରୀ ଶ୍ଳୋକ ବାବଦରେ ୭୪ହଜାର ୧୮୫କୋଟି ଟଙ୍କା ଆଦାୟ କରିଥିବା ବେଳେ ୨୦୨୦ ଏପ୍ରିଲ୍‌ରୁ ୨୦୨୧ ଜାନୁଆରୀ ୧୦ମାସରେ ଆଦାୟ କରିଛନ୍ତି ୨ଲକ୍ଷ ୯୫ହଜାର କୋଟି ଟଙ୍କା । ଏହା ଉପରେ ରହିଛି ରାଜ୍ୟସରକାରଙ୍କ ପେଟ୍ରୋଲ ଉପରେ ୩୨ଭାଗ ଓ ଡ଼ିଜେଲ ଉପରେ ୨୮ଭାଗ ଟିକସ । ମୋଟାମୋଟି ଭାବେ ଡ଼ିଜେଲ ଓ ପେଟ୍ରୋଲ ଦର ଯାହା ତାହା ଠାରୁ ଦୁଇଗୁଣ ଟିକସ କେନ୍ଦ୍ର ଓ ରାଜ୍ୟ ମିଶି ଆଦାୟ କରିଥିବାରୁ ଏହିଭଳି ଦରବୃଦ୍ଧି ଘଟୁଛି । ଏହା ସହିତ ଗୋଟିଏ ବର୍ଷରେ ଖାଦ୍ୟ ସାମଗ୍ରୀର ଦର ୭୦ରୁ ୮୦ଭାଗ ବୃଦ୍ଧି ପାଇଛି । ବେଆଇନ୍ ମହଜୁଦ୍ ଓ କଳାବଜାରୀ ବ୍ୟାପକ ହୋଇଛି । ଦରବୃଦ୍ଧି ଫଳରେ ସାଧାରଣ ଲୋକଙ୍କର ତେଲଲୁଣର ସଂସାର ଉଜୁଡ଼ି ଯାଇଛି । ଏଣୁ କେନ୍ଦ୍ର ଓ ରାଜ୍ୟ ସରକାର ଡ଼ିଜେଲ ଓ ପେଟ୍ରୋଲ ଉପରେ ଟିକସ ହ୍ରାସ କରି ଦର କମାଇବା ଏବଂ ନିତ୍ୟବ୍ୟବହାର୍ଯ୍ୟ ଜିନିଷର ଦରବୃଦ୍ଧି ବନ୍ଦ କରିବା, କଳାବଜାରୀ ଓ ମହଜୁଦ୍‌କାରୀଙ୍କୁ ଜବତ କରିବା, ପ୍ରତି ପରିବାରକୁ ମୁଣ୍ଡପିଛା ୧୦କେଜି ଚାଉଳ, ଗହମ, ଖାଇବା ତେଲ, ଡ଼ାଲି ଚିନି, ଚା ଇତ୍ୟାଦି ରେସନ କିଟ୍ ମାଗଣାରେ ଯୋଗାଇବା, ଆୟକର ଦେଉନଥିବା ସମସ୍ତ ପରିବାରକୁ ମାସିକ ୭୫୦୦ଟଙ୍କା ଓ ୬ମାସ ପର୍ଯ୍ୟନ୍ତ ପ୍ରଦାନ କରିବା ଦାବୀ ଉପରେ ଏହି ବନ୍ଦ ଡାକରା ଦିଆଯାଇଛି ।ରାଜ୍ୟର ସମସ୍ତ ରାଜନୈତିକ ଦଳ, ଶ୍ରମିକ ସଂଗଠନ ଓ ଗଣ ସଂଗଠନ ଏହି ବନ୍ଦକୁ ସମର୍ଥନ କରିବାପାଇଁ ରାଜ୍ୟ ଓ ସମସ୍ତ ଜିଲ୍ଲାବାସୀଙ୍କୁ ନିବେଦନ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଏସ୍ କେ କାଲୁ, ପ୍ରତାପ ନାୟକ, ଜଗନ୍ନାଥ ବେହେରା, ବିନୋଦ ସାହୁ ପ୍ରମୁଖ ବହୁ ଶ୍ରମିକ ନେତା ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.