Home ଓଡ଼ିଶା ଆଠ ପ୍ରତିବନ୍ଧିତ ସଂଗଠନର ୬୪୪ ଆତଙ୍କବାଦୀଙ୍କର ସଶସ୍ତ୍ର ଆତ୍ମସମର୍ପଣ

ଆଠ ପ୍ରତିବନ୍ଧିତ ସଂଗଠନର ୬୪୪ ଆତଙ୍କବାଦୀଙ୍କର ସଶସ୍ତ୍ର ଆତ୍ମସମର୍ପଣ

385

ଗୌହାଟୀ, ୨୩ ଜାନୁଆରୀ (ଓଡ଼ିଆ ପୁଅ) ଆସାମରେ ଆଠଟି ପ୍ରତିବନ୍ଧିତ ସଂଗଠନର ୬୪୪ ଆତଙ୍କବାଦୀମାନେ ୧୭୭ ହତିଆର ସହିତ ଗୁରୁବାରଦିନ ଆତ୍ମସମର୍ପଣ କରିଛନ୍ତି। ପୋଲିସ୍ କହିଛି କି ଉଲ୍ଫା (ଆଇ), ଏନଡିଏଫବି, ଆରଏନଏଲଏଫ, କେଏଲଓ, ଭାକପା (ମାଓବାଦୀ), ଏନଏସଏଲଏ, ଏଡିଏଫ ଏବଂ ଏନଏଲଏଫବିର ସଦସ୍ୟମାନେ ଏକ କାର୍ଯ୍ୟକ୍ରମରେ ଆସାମର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋବାଲଙ୍କର ଉପସ୍ଥିତିରେ ଆତ୍ମସମର୍ପଣ କରିଛନ୍ତି।

ପୋଲିସ ମହାନିଦେଶକ ଜ୍ୟୋତି ମହନ୍ତ ସାମ୍ବାଦିକମାନଙ୍କୁ କଦିଛନ୍ତି, ‘‘ ରାଜ୍ୟ ପାଇଁ ଏବଂ ଆସାମ ପୋଲିସ ପାଇଁ ଏହା ଏକ ମହତ୍ବପୂର୍ଣ୍ଣ ଦିନ। ଆଠଟି ଉଗ୍ରବାଦୀ ସଂଗଠନର ସର୍ବମୋଟ ୬୪୪ ସଦସ୍ୟ ଏବଂ ନେତା ଆତ୍ମସମର୍ପଣ କରିଛନ୍ତି।’’

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.