Home କେନ୍ଦୁଝର ଆଞ୍ଚଳିକ ବରିଷ୍ଠ ନାଗରିକ ବିକାଶ ମଞ୍ଚ ବଉଳା ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ

ଆଞ୍ଚଳିକ ବରିଷ୍ଠ ନାଗରିକ ବିକାଶ ମଞ୍ଚ ବଉଳା ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ

26

ହାଟଡ଼ିହି, ୨୮/୧/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଆଞ୍ଚଳିକ ବରିଷ୍ଠ ନାଗରିକ ବିକାଶ ମଞ୍ଚ ବଉଳା ପକ୍ଷରୁ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ସୋସୋ କଲେଜ ଛକ ନିକଟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଭାପତି ପର୍ଶୁରାମ ପେଡା ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ଅବସରପ୍ରାପ୍ତ ଶିକ୍ଷକ ବ୍ରଜ ମୋହନ ଭୋଇ ଜାତୀୟ ସଗିଂତ ଗାନ କରିଥିଲେ । ଡକ୍ଟର ମନମୋହନ ରାଉତ ସଭାପରିଚାଳନା କରିଥିବା ବେଳେ ସମ୍ପାଦକ ବିଦ୍ୟାଧର ପୁହାଣ, ଅବସର ପ୍ରାପ୍ତ ତହସିଲଦାର ନୃସିହଂ ଚନ୍ଦ ଦେହୁରୀ , ଶିକ୍ଷାବିତ ରମେଶ ମହାନ୍ତି, ସମ୍ବାଦର ବରିଷ୍ଠ ସାମ୍ବାଦିକ ଗଣେଷ ପ୍ରସାଦ ନାୟକ, ପିତାମ୍ବର ପଣ୍ଟା ନାରାୟଣ ବିଶ୍ୱାଳ, ଶରତ ରାଉତ, ନରହରି ପାତ୍ର, ଶକ୍ଷକ ନାରାୟଣ ଲେଙ୍କା, ଅଜାମ୍ବିଳ ବେହେରା, ସୁଦର୍ଶନ ଜେନା,ରବିନ୍ଦ୍ର ବିଶ୍ୱାଳ, ଭୁବନା ନନ୍ଦ ପଟ୍ଟନାୟକ, ଆଦିକନ୍ଦ ବେହେରା, ପ୍ରମୁଖ ବହୁ ବଦ୍ଧିଜିବି ଉପସ୍ଥିତ ଥିଲେ । ସାମ୍ବାଦିକ ଗୋପାଳ ରାଉତଙ୍କ ଆବାହକତ୍ୱରେ କର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.