Home Top News ଆଜି (୨୧ ଅକ୍ଟୋବର) ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ମାଲକାନଗିରିରେ ପେଟ୍ରୋଲ ଦର ୧୧୩.୦୭ ଟଙ୍କା...

ଆଜି (୨୧ ଅକ୍ଟୋବର) ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ମାଲକାନଗିରିରେ ପେଟ୍ରୋଲ ଦର ୧୧୩.୦୭ ଟଙ୍କା – ଜାଣନ୍ତୁ ଆପଣଙ୍କ ଜିଲ୍ଲାର ମୂଲ୍ୟ କେତେ?

72

ନୂଆ ଦିଲ୍ଲୀ ୨୧ -୧୦ (ଓଡ଼ିଆ ପୁଅ) ଦୁଇ ଦିନର ବ୍ରେକ୍‌ ପରେ ପୁଣି ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ଦ୍ୱାରା ଗତକାଲିଠାରୁ ପୁଣି ପେଟ୍ରୋଲ ଏବଂ ଡିଜେଲ ଦର ପୁଣି ବୃଦ୍ଧି କରିଛନ୍ତି। ତେବେ ଆଜି ମଧ୍ୟ ତୈଳ ଦର ବୃଦ୍ଧିପାଇଛି। ଆଜି ଡିଜେଲର ମୂଲ୍ୟ ୩୫ ରୁ ୪୩ ପଇସା ବୃଦ୍ଧି ପାଇଥିବାବେଳେ ପେଟ୍ରୋଲର ମୂଲ୍ୟ ୩୫ ରୁ ୪୦ ପଇସା ବୃଦ୍ଧି ପାଇଛି।

ରାଜ୍ୟରେ ମାଲକାନଗିରିରେ ପେଟ୍ରୋଲ ଦର ୧୧୩.୦୭ ଟଙ୍କାରେ ପହଁଚିଛି।

ଜାଣନ୍ତୁ ଆପଣଙ୍କ ସହରରେ ମୂଲ୍ୟ କେତେ?
ମେଟ୍ରୋ ସହର ଗୁଡ଼ିକରେ ଦର

ସହର ପେଟ୍ରୋଲ ଦର ପରିବର୍ତ୍ତିତ ଦର ଡିଜେଲ ଦର ପରିବର୍ତ୍ତିତ ଦର
ନୂଆ ଦିଲ୍ଲୀ ୧୦୬.୫୪ ୦.୩୫ ୯୫.୨୭ ୦.୩୫
ମୁମ୍ବାଇ ସିଟି ୧୧୨.୪୪ ୦.୩୩ ୧୦୩.୨୬ ୦.୩୭
କୋଲକାତା ୧୦୭.୧୧ ୦.୩୪ ୯୮.୩୮ ୦.୩୫
ଚେନ୍ନାଇ ୧୦୩.୭୧ ୦.୪ ୯୯.୬୮ ୦.୪୨

ଆପଣ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ମଧ୍ୟ ଏସଏମଏସ ମାଧ୍ୟମରେ ଜାଣିପାରିବେ। ଇଣ୍ଡିଆନ୍ ଓଏଲ୍ ୱେବସାଇଟ୍ ଅନୁଯାୟୀ, ଆପଣଙ୍କୁ RSP ଏବଂ ଆପଣଙ୍କ ସିଟି କୋଡ୍ ଲେଖିବାକୁ ପଡିବ ଏବଂ ଏହାକୁ ୯୨୨୪୯୯୨୨୪୯ ନମ୍ବରକୁ ପଠାଇବାକୁ ପଡିବ। ପ୍ରତ୍ୟେକ ସହର ପାଇଁ କୋଡ୍ ଅଲଗା, ଯାହାକୁ ଆପଣ IOCL ୱେବସାଇଟରୁ ପାଇବେ।

ପୁନଶ୍ଚସୂଚନାଯୋଗ୍ୟଯେ, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପ୍ରତିଦିନ ସକାଳ ୬ ଟାରେ ବଦଳିଥାଏ। ସକାଳ ୬ ଟାରୁ ନୂତନ ଦର ପ୍ରଯୁଜ୍ୟ। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିହେବା ପରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୁଏ।

ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପେଟ୍ରୋଲ ଏବଂ ଡିଜେଲ ଦର

ଜିଲ୍ଲାର ନାମ ପେଟ୍ରୋଲ ଦର ଡିଜେଲ ଦର
ଅନୁଗୁଳ ୧୦୮.୯୧ ୧୦୫.୨୯
ବାଲେଶ୍ୱର ୧୦୭.୬୪ ୧୦୪.୦୮
ବରଗଡ ୧୦୮.୪୫ ୧୦୪.୮୭
ଭଦ୍ରକ ୧୦୮.୨୭ ୧୦୪.୬୯
ବଲାଙ୍ଗୀର ୧୧୦.୦୭ ୧୦୬.୪୩
ବୌଦ୍ଧ ୧୦୯.୪୮ ୧୦୫.୮୪
କଟକ ୧୦୭.୭୬ ୧୦୪.୧୯
ଦେବଗଡ଼ ୧୦୮.୩୦ ୧୦୪.୭୩
ଢେଙ୍କାନାଳ ୧୦୮.୬୦ ୧୦୪.୯୯
ଗଜପତି ୧୦୯.୪୧ ୧୦୫.୭୭
ଗଞ୍ଜାମ ୧୦୮.୪୧ ୧୦୪.୮୧
ଜଗତସିଂହପୁର ୧୦୭.୦୦ ୧୦୩.୪୩
ଯାଜପୁର ୧୦୭.୮୮ ୧୦୪.୨୮
ଝାରସୁଗୁଡ଼ା ୧୦୭.୫୦ ୧୦୩.୯୬
କଳାହାଣ୍ଡି ୧୧୦.୯୦ ୧୦୭.୨୩
କନ୍ଧମାଳ ୧୦୮.୯୫ ୧୦୫.୩୪
କେନ୍ଦ୍ରାପଡା ୧୦୭.୧୫ ୧୦୩.୫୮
କେନ୍ଦୁଝର ୧୦୯.୪୮ ୧୦୫.୮୩
ଖୋର୍ଦ୍ଧା ୧୦୭.୮୩ ୧୦୪.୨୫
କୋରାପୁଟ ୧୧୨.୩୩ ୧୦୮.୬୧
ମାଲକାନଗିରି ୧୧୩.୦୭ ୧୦୯.୩୨
ମୟୁରଭଞ୍ଜ ୧୦୭.୯୩ ୧୦୪.୩୭
ନବରଙ୍ଗପୁର ୧୧୧.୭୧ ୧୦୮.୦୧
ନୟାଗଡ଼ ୧୦୮.୨୪ ୧୦୪.୬୪
ନୂଆପଡ଼ା ୧୧୦.୪୫ ୧୦୬.୮୦
ପୁରୀ ୧୦୭.୫୩ ୧୦୩.୯୬
ରାୟଗଡ଼ା ୧୧୧.୩୧ ୧୦୭.୬୧
ସମ୍ବଲପୁର ୧୦୮.୧୫ ୧୦୪.୫୮
ସୋନପୁର ୧୦୮.୯୯ ୧୦୫.୩୯
ସୁନ୍ଦରଗଡ ୧୦୮.୪୮ ୧୦୪.୯୧

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.