Home ଓଡ଼ିଶା ଆଜି ହେଉଛି ମାଙ୍କ ମହାସପ୍ତମୀ

ଆଜି ହେଉଛି ମାଙ୍କ ମହାସପ୍ତମୀ

128

ଭୁବନେଶ୍ଵର,୦୫/୧୦,(ଓଡ଼ିଆ ପୁଅ ପି ନାଏକ):ଦେବୀ ଦୁର୍ଗାଙ୍କ ପୂଜା ପାଇଁ ଏବେ ସବୁଠି ଉତ୍ସବ ମୁଖର ହୋଇଉଠିଛି ପରିବେଶ । ଆଉ ଏହାରି ଭିତରେ ଆଜି ହେଉଛି ମହାମାୟାଙ୍କ ମହାସପ୍ତମୀ। ଜଗଜ୍ଜନନୀ ମାଆ ଦୁର୍ଗାଙ୍କର ଧରାବତରଣ । ତେବେ ମା’ ଦୁର୍ଗାଙ୍କୁ ମହାସପ୍ତମୀରେ ଚକ୍ଷୁଦାନ କରାଯିବା ସହ ଆରମ୍ଭ ହେବ ମାଙ୍କ ପୂଜା । ଆଉ ସୁସଜ୍ଜିତ ମଣ୍ଡପରେ ଭକ୍ତଙ୍କୁ ଆଜି ଦର୍ଶନ ଦେବେ ଜଗତଜନନୀ ମାଆ ଦୁର୍ଗା । ଏହାପରେ ଆରମ୍ଭ ହେବ ମାଆଙ୍କ ପାରମ୍ପରିକ ଦୁର୍ଗାପୂଜା ନୀତି।

ତେବେ ନୀତି ଅନୁସାରେ, ମହାଷଷ୍ଠୀରେ ବିଲ୍ୱବରଣ ସହ ମାଆଙ୍କୁ ଆବାହନ କରାଯାଇଥିଲା । ଧୂପ, ଦୀପ, ନୈବେଦ୍ୟ ଦେଇ ବେଲ ଗଛ ମୂଳେ ପ୍ରଥମେ ପୂଜାର୍ଚ୍ଚନା ସହ ମାଆଙ୍କୁ ଆହ୍ୱାନ କରାଯାଇଥିଲା ।  ବିଭିନ୍ନ ଶକ୍ତିପୀଠ ଗୁଡିକ ମଧ୍ୟ ଉତ୍ସବମୁଖର । ନବଦିନାତ୍ମକ ପୂଜା ଚାଲିଥିବାରୁ ପୁଜା ମଣ୍ଡପମାନଙ୍କରେ ଭକ୍ତଙ୍କ ଭିଡ ଜମିଛି । ବିଭିନ୍ନ ଶକ୍ତି ପୀଠରେ ଆଜି ମାଆଙ୍କର ଅଷ୍ଟମୀ ପୂଜା ହେଉଛି  ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.