Home ଓଡ଼ିଶା ଆଜି ସୁପ୍ରିମକୋର୍ଟ ଶୁଣାଇବେ ତିନୋଟି ବଡ଼ ରାୟ

ଆଜି ସୁପ୍ରିମକୋର୍ଟ ଶୁଣାଇବେ ତିନୋଟି ବଡ଼ ରାୟ

489

ନୂଆଦିଲ୍ଲୀ: ଦେଶରେ ସବୁଠାରୁ ଅଧିକ ଚର୍ଚ୍ଚିତ ତଥା ବହୁ ପ୍ରତୀକ୍ଷିତ ଅଯୋଧ୍ୟା ମାମଲାର ରାୟ ଶୁଣାଇବା ପରେ ଆଜି ସୁପ୍ରିମକୋର୍ଟ ଶୁଣାଇବାକୁ ଯାଉଛନ୍ତି ତିନୋଟି ବଡ଼ ମାମଲାର ରାୟ।ସାବରୀମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ବିବାଦ, ରଫେଲ ଡିଲ୍ ଦୁର୍ନୀତି ବିବାଦ ଏବଂ ‘ଚୌକିଦାର ଚୋର’ ମନ୍ତବ୍ୟରେ ରାହୁଲ ଗାନ୍ଧୀଙ୍କ ଅଦାଲତ ଅବମାନନା ଅଭିଯୋଗ ଏହି ତିନୋଟି ଗୁରୁତ୍ୱପୂର୍ଣ୍ଣ ମାମଲାର ରାୟ ଆଜି ସୁପ୍ରିମକୋର୍ଟ ଶୁଣାଇବାର ଅଛି।ସାବରୀମାଳା ମନ୍ଦିରରେ ୫୦ ବର୍ଷରୁ କମ ବୟସର ମହିଳାଙ୍କ ପ୍ରବେଶ ଉପରେ ଥିବା ପ୍ରତିବନ୍ଧକକୁ ଉଠାଇ ଦିଆଯିବା ପରେ ଏହା ବିରୋଧରେ ୫୬ଟି ରିଭିୟୁ ପିଟିସନ ଏବଂ ପରେ ଆଉ କିଛି ପିଟିସନ ଦାଖଲ ହୋଇଥିଲା।ଆଜି ତାହାର ରାୟ ଶୁଣାଇବେ ସୁପ୍ରିମକୋର୍ଟ।ସେହିପରି ଫ୍ରାନ୍ସ ସହିତ ହୋଇଥିବା ରାଫେଲ ଡିଲରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ଉପରେ ମଧ୍ୟ ସୁପ୍ରିମକୋର୍ଟ ଆଜି ରାୟ ଶୁଣାଇବେ।ଆଉ ଏକ ପ୍ରସଙ୍ଗରେ କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପରେ ଦେଇଥିବା ମନ୍ତବ୍ୟ ‘ଚୌକିଦାର ଚୋର ହେ’ ବିରୋଧରେ ବିଜେପି ସାଂସଦ ମିନାକ୍ଷୀ ଲେଖି କରିଥିବା ଅଭିଯୋଗ ଏବଂ ରାହୁଲ ଗାନ୍ଧୀଙ୍କ ଅଦାଲତ ଅବମାନନା ନେଇ ଆଜି ରାୟ ଶୁଣାଇବେ ସୁପ୍ରିମକୋର୍ଟ।ମୁଖ୍ୟ ବିଚାରପତି ରଞ୍ଜନ ଗୋଗଇ ଆସନ୍ତା ୧୭ ତାରିଖରେ ଅବସର ନେବା ପୂର୍ବରୁ ସୁପ୍ରିମକୋର୍ଟ ଆଜି ଏହି ତିନୋଟି ଗୁରୁତ୍ୱପୂର୍ଣ୍ଣ ମାମଲାର ରାୟ ଶୁଣାଇବାର ଅଛି।-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.