Home ଓଡ଼ିଶା ଆଜି ରଣପୁର ରେ ଓଡିଶା ବନ୍ଦ ପାଇଁ ପ୍ରସ୍ତୁତି ବ୍ୟାପକ

ଆଜି ରଣପୁର ରେ ଓଡିଶା ବନ୍ଦ ପାଇଁ ପ୍ରସ୍ତୁତି ବ୍ୟାପକ

24

ନୟାଗଡ/୧୪/୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀ ରେ ଭାରତୀୟ ଜାତୀୟ କଂଗ୍ରେସ ଡାକରା ରେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଙ୍କ ଆହ୍ୱାନ ରେ ନୟାଗଡ ଜିଲ୍ଲା କଂଗ୍ରେସ ରଂଜିତ୍ ଦାଶ ଙ୍କ ନେତୃତ୍ୱରେ ରଣପୁର ବନ୍ଦ ପାଇଁ ବ୍ୟାପକ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଅଛି । ରାଜ୍ୟରେ ଦରଦାମ୍ ବୃଦ୍ଧି ସହ ପ୍ରେଟୋଲ ଡିଜେଲ ଉପରୁ ୧୦ଟଙ୍କା ହ୍ରାସ କରିବା ଦାବୀରେ ଏହି ବନ୍ଦ ଡାକରା ଦିଆଯାଇଛି । ଏଥିପାଇଁ ରଣପୁର ପୁର୍ତ୍ତ ଡାକବଙ୍ଗଳା ରେ ଏକ ପ୍ରସ୍ତୁତି ବୈଠକ କରାଯାଇଥିଲା ।

ଏହି ବୈଠକ ରେ ନୟାଗଡ ଜିଲ୍ଲା କଂଗ୍ରେସ ସଭାପତି ରଂଜିତ୍ ଦାଶ ,ହୁସେନ୍ ଖାଁ , ବାଉଁଶଗଡ ସରପଞ୍ଚ ଦିଲ୍ଲୀପ କୁମାର ଜେନା , ଆଇନ ଜୀବୀ ଶତ୍ରୁଘ୍ନ ପାଇକରାୟ , ଉମେଶ ରଞ୍ଜନ ସାହୁ , ଧୃବ ଚରଣ ପରିଡା , ପ୍ରତିମା ଜେନା ଆଦି ବହୁ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ । ଏହି ବନ୍ଦ କୁ ସହଯୋଗ କରିବା ପାଇଁ ଜିଲ୍ଲା କଂଗ୍ରେସ ସଭାପତି ରଂଜିତ୍ ଦାଶ ବଣିକ ସଂଘ , ମୋଟର କର୍ମଚାରୀ ସଂଘ ଆଦି ସମସ୍ତ ସାମାଜିକ ଅନୁଷ୍ଠାନ କୁ ଲିଖିତ ଭାବେ ଜଣାଇଥିବା ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.