Home କେନ୍ଦୁଝର ଜୟଦୁର୍ଗା ଫାଉଣ୍ଡେସନର ପ୍ରଥମ ବାର୍ଷିକ ରାଷ୍ଟ୍ରୀୟ ମହୋତ୍ସବ ୨୧ରେ

ଜୟଦୁର୍ଗା ଫାଉଣ୍ଡେସନର ପ୍ରଥମ ବାର୍ଷିକ ରାଷ୍ଟ୍ରୀୟ ମହୋତ୍ସବ ୨୧ରେ

27

ହାଟଡିହି, ୧୪ । ୨ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଜୟଦୁର୍ଗା ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ପ୍ରଥମ ବାର୍ଷିକ ରାଷ୍ଟ୍ରୀୟ ମହୋତ୍ସବ ଓ ସମ୍ବର୍ଦ୍ଧନା ପର୍ବ ଆସନ୍ତା ୨୧ତାରିଖରେ ହାଟଡିହି ଠାରେ ଅନୁଷ୍ଠିତ ହେବ । ଏଥିପାଇଁ ଟ୍ରଷ୍ଟ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବାସହ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହି ମହୋତ୍ସବରେ ପଦ୍ମଶ୍ରୀ ଦୈତାରୀ ନାୟକ, କିନ୍ନର ଆଖଡା ଭୁବନେଶ୍ୱର ର ମହାମଣ୍ଡଳେଶ୍ୱର ମୀରା ପରିଡା, କ୍ଲାପ ଆଇନ୍ ସେବା ପ୍ରାଧିକରଣର ସଭାପତି ଡ. ବିକାଶ ଦାସ, ଜଗତସିଂହପୁର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଡ.ଶମ୍ବୁନାଥ ରାଉତ ପ୍ରମୁଖ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ବିଶେଷକରି ସାମାଜିକ, ସାଂସ୍କୃତିକ, ପରିବେଶ, ଶିକ୍ଷା କ୍ଷେତୟରେ ଉଲେଖନୀୟ ଅବଦାନ ରହିଥିବା ପ୍ରତିଭା ମାନଙ୍କୁ ସମ୍ମାନୀତ କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ଟ୍ରଷ୍ଟର ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ସୁଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.