Home ଓଡ଼ିଶା ମୟୁରଝାଲିଆ ବ୍ରାହ୍ମଣୀଦେବୀ ଠାରେ ବୃତଙ୍ଗ ଜଳସେଚନ ପ୍ରକଳ୍ପ କ୍ରିୟାନୁଷ୍ଠାନ କମିଟିର ବୈଠକ

ମୟୁରଝାଲିଆ ବ୍ରାହ୍ମଣୀଦେବୀ ଠାରେ ବୃତଙ୍ଗ ଜଳସେଚନ ପ୍ରକଳ୍ପ କ୍ରିୟାନୁଷ୍ଠାନ କମିଟିର ବୈଠକ

25

ନୟାଗଡ/୧୪/୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରେ ବୃତଙ୍ଗ ଜଳସେଚନ କ୍ରିୟାନୁଷ୍ଠାନ କମିଟି ର ଆନ୍ଦୋଳନ ଅନେକ ଦିନ ହେଲା ଆନ୍ଦୋଳନ ଚାଲିଅଛି । ଶାସକ ଦଳର ଉଦାସିନତା ଓ ଅବହେଳା ଯୋଗୁ ପ୍ରକଳ୍ପ ନିର୍ମାଣ ରେ ବିଳମ୍ବ ଘଟିଅଛି । ବୃତଙ୍ଗ ଜଳସେଚନ ପ୍ରକଳ୍ପ ଦଶପଲ୍ଲା ବ୍ଲକ ଅର୍ନ୍ତଗତ ମଞ୍ଜାରୀ ଗ୍ରାମଠାରେ ନିର୍ମାଣ ହେବାପାଇଁ ସ୍ଥିରିକୃତ ହୋଇଅଛି । ବୃତଙ୍ଗ ଜଳସେଚନ ପ୍ରକଳ୍ପ ରେ ରଣପୁର ବ୍ଲକ ଆୟକଟ୍ ଏରିଆ ଭିତରେ ନଥିଲା ।

ତେଣୁ ରଣପୁର ବ୍ଲକ କୁ ବୃତଙ୍ଗ ଜଳସେଚନ ପ୍ରକଳ୍ପ ଏରିଆ ଭିତରେ ସାମିଲ୍ କରିବା ପାଇଁ ଦାବୀ ହୋଇଅଛି । ତେଣୁ ରଣପୁର ମୟୁରଝାଲିଆ ର ସୁରନ୍ଦ୍ରେ ନାଥ କଳସ ଙ୍କ ଉଦ୍ୟମରେ ଏହି ବୈଠକ ମୟୁରଝାଲିଆ ବ୍ରାହ୍ମଣୀ ଦେବୀ ପୀଠରେ ଅନୁଷ୍ଠିତ ହୋଇଯାଇଅଛି । କ୍ରିୟାନୁଷ୍ଠାନ କମିଟିର ସଭାପତି ମନୋଜ କୁମାର ସାହୁ , ଉପସଭାପତି ବିନୋଦିନୀ ମହାନ୍ତି , ସମ୍ପାଦକ ବେଣୁଧର ନାୟକ , ଧୃବ ଚରଣ ପରିଡା , ବିପିନ ବିହାରୀ ନାୟକ , ସୁଦର୍ଶନ ପ୍ରଧାନ ଆଦି ବହୁନେତା ଯୋଗ ଦେଇଥିଲେ । ୩ ଶହ ରୁ ଉର୍ଦ୍ଧ କୃଷକ ମାନେ ଏହି ବୈଠକ ରେ ଯୋଗ ଦେଇ ରଣପୁର କୁ ବୃତଙ୍ଗ ଜଳସେଚନ ପ୍ରକଳ୍ପ ଆୟକଟ୍ ମଧ୍ୟରେ ସାମିଲ୍ କରିବା ପାଇଁ ଓଡିଶାର ମହାମହିମ ରାଜ୍ୟପାଳ ଓ ଅନ୍ୟାନ୍ୟ ଉଚ୍ଚ ଅଧିକାରୀ ଙ୍କୁ ଦାବୀ ପତ୍ର ପଠାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.