Home ଓଡ଼ିଶା ଆଜି ଭିଡିଓ କନଫରେନ୍ସ ଜରିଆରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଟକ...

ଆଜି ଭିଡିଓ କନଫରେନ୍ସ ଜରିଆରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଟକ (ମାହାଙ୍ଗା) ଏବଂ ଭୁବନେଶ୍ୱର କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ

33

ଭୁବନେଶ୍ୱର ୦୬/୦୧ (ଓଡ଼ିଆ ପୁଅ) : ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡରରେ ମୃତ୍ୟୁବରଣ କରିଥିବା ସ୍ୱର୍ଗତଃ କୁଳମଣି ବରାଳ ଏବଂ ଦିବ୍ୟସିଂହ ବରାଳଙ୍କ ଉଦ୍ଦେଶ୍ୟରେ ଆସନ୍ତା କାଲି କଟକ ଜିଲ୍ଲା ମାହାଙ୍ଗାଠାରେ ଏକ ସ୍ମୃତି ସଭା ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିଡିଓ କନଫରେନ୍ସ ଜରିଆରେ ଯୋଗଦେବେ। ଏହା ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସଂଧ୍ୟାରେ ଭୁବନେଶ୍ୱରସ୍ଥିତ ବିଏସଏନଏଲ ଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟର ଗ୍ରାମାଂଚଳରେ ୩୯୩୩ଟି ମୋବାଇଲ ଟାୱାର ଏବଂ ୨୦୭ଟି ନୂତନ ପୋଷ୍ଟ ଅଫିସର ଶୁଭ ଉଦଘାଟନ କରିବେ ଏବଂ ତପସ୍ୱିନୀ ଏକ୍ସପ୍ରେସ ଓ ରାଜଧାନୀ ଏକ୍ସପ୍ରେସର ସଂଯୋଗୀକରଣର ଶୁଭାରମ୍ଭ ଭିଡିଓ କନଫରେନ୍ସ ଜରିଆରେ କରିବେ ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.