Home Top News ଶ୍ରୀମନ୍ଦିର ଐତିହ୍ୟ କରିଡରର ପରିକ୍ରମା ମାର୍ଗ ପ୍ରକଳ୍ପ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ, ଶ୍ରୀମନ୍ଦିର ପ୍ରଶାସନର ପ୍ରସ୍ତୁତି...

ଶ୍ରୀମନ୍ଦିର ଐତିହ୍ୟ କରିଡରର ପରିକ୍ରମା ମାର୍ଗ ପ୍ରକଳ୍ପ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ, ଶ୍ରୀମନ୍ଦିର ପ୍ରଶାସନର ପ୍ରସ୍ତୁତି ବୈଠକ

55

ପୁରୀ ୧୫ -୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଶ୍ରୀମନ୍ଦିର ଐତିହ୍ୟ କରିଡରର ପରିକ୍ରମା ମାର୍ଗ ପ୍ରକଳ୍ପ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମ କୁ ନେଇ ଶ୍ରୀମନ୍ଦିର ପ୍ରଶାସନର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲାପାଳ ଓ ଶ୍ରୀମନ୍ଦିର ପ୍ରଶାସନ ର ବରିଷ୍ଠ ଅଧିକାରୀ ସାମିଲ ହୋଇ ଥିଲେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ କହିବା କଥା ଶ୍ରୀମନ୍ଦିର ପରିକ୍ରମା ମାର୍ଗର ନିର୍ମାଣ କାର୍ଯ୍ୟ ପୂର୍ବରୁ ଏକ ଯଜ୍ଞ ଅନୁଷ୍ଠିତ ହେବ। ୨୨ ରୁ ୨୫ ତାରିଖ ଯାଏଁ ଶ୍ରୀମନ୍ଦିର ର ଐସାନ କୋଣ ରେ ଏହି ଯଜ୍ଞ ହେବ। ୨୪ ତାରିଖରେ ଯଜ୍ଞ ପୂର୍ଣାହାତି ହେବ। ଉକ୍ତ ଦିନ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଶିଳାନ୍ୟାସ ଉତ୍ସଵ ରେ ମୁଖ୍ୟମନ୍ତ୍ରୀ ଯୋଗ ଦେବାର ସମ୍ଭାବନା ଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି। ତେବେ ଏ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ କୋଉ ଦିନ ଯୋଗ ଦେବେ ସରକାରୀ ଭାବେ ଘୋଷଣା ହୋଇ ନ ଥିବା ବେଳେ ଯଜ୍ଞ ପୂର୍ଣାହତି ଦିନ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.