Home ଓଡ଼ିଶା ଆଜି ବି ପୁରୀରୁ ବସ୍ ଗଡିଲାନି

ଆଜି ବି ପୁରୀରୁ ବସ୍ ଗଡିଲାନି

201

ପୁରୀ, ୨୮/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ରାଜ୍ୟ ସରକାରଙ୍କ ନିଷ୍ପତି ଅନୁଯାୟୀ ଆଜିଠାରୁ ଘରୋଇ ବସ୍ ଚଳାଚଳ ଆରମ୍ଭ କରାଯିବାର କାର୍ଯ୍ୟକ୍ରମ ରହିଥିଲେ ମଧ୍ୟ ଆଜି ସକାଳୁ ପୁରୀ ବସ୍‌ଷ୍ଟାଣ୍ଡ ରୁ କୌଣସି ବସ୍ ସହର ବାହାରକୁ ଗଡିନାହିଁ କିମ୍ବା କୌଣସି ବସ୍ ମଧ୍ୟ ପୁରୀ ସହରକୁ ପ୍ରବେଶ କରିନାହିଁ।ଆଜିଠାରୁ ବସ୍ ଚାଲିବ ବୋଲି ସୂଚନା ମିଳିବା ପରେ ବହୁ ଯାତ୍ରୀ ବସ୍‌ଷ୍ଟାଣ୍ଡ କୁ ଯାଇ ଅପେକ୍ଷା କରିଥିବା ବେଳେ କୌଣସି ବସ୍ ଯାତାୟାତ ନକରିବା ଯୋଗୁଁ ଲୋକମାନେ ଅପେକ୍ଷା କରି ବଧ୍ୟ ହୋଇ ଘରକୁ ଫେରିଥିଲେ।ଏଠାରେ ସୂଚନା ଯୋଗ୍ୟ ଯେ, ପୁରୀ ସହରରୁ ରାଜ୍ୟ ବିଭିନ୍ନ ସ୍ଥାନକୁ ଓ ଆନ୍ତରାଜ୍ୟ ବସ୍ ସେବା ଚାଲୁଥିଲେ ମଧ୍ୟ ମାର୍ଚ୍ଚ ୨୨ ତାରିଖ ଠାରୁ ବସ୍ ସେବା ସଂପୂର୍ଣ୍ଣ ଠପ୍ ହୋଇଯାଇଛି।ବସ୍‌ଷ୍ଟାଣ୍ଡ ଟି ସର୍ବଦା ଚଳଚଂଚଳ ଥିବା ବେଳେ ଦୀର୍ଘ ଅଢେଇ ମାସ ଧରି ବସ୍ ଚଳାଚଳ ବନ୍ଦ ହେବା ପରେ ବସ୍‌ଷ୍ଟାଣ୍ଡ ପରିସର ଯାତ୍ରୀ ଶୂନ୍ୟ ହୋଇପଡିଛି। ବସ୍‌ଷ୍ଟାଣ୍ଡ ପରିସରରେ ଥିବା କିଛି ବ୍ୟବସାୟ ପ୍ରତିଷ୍ଠାନ ଖୋଲାରହିଥିବା ଦେଖାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.