Home Coronavirus Outbreak ଆଜି ବାଲେଶ୍ୱରରୁ ଚିହ୍ନଟ ୩୩ କରୋନା ଆକ୍ରାନ୍ତଙ୍କ ବିବରଣୀ ଦେଲେ ରାଜ୍ୟ ସରକାର

ଆଜି ବାଲେଶ୍ୱରରୁ ଚିହ୍ନଟ ୩୩ କରୋନା ଆକ୍ରାନ୍ତଙ୍କ ବିବରଣୀ ଦେଲେ ରାଜ୍ୟ ସରକାର

398

ଭୁବନେଶ୍ୱର ୧୩ା୫ (ଓଡିଆ ପୁଅ) ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ୧୦୧ କରୋନା ପଜେଟିଭଙ୍କ ମଧ୍ୟରୁ ୩୩ ଜଣ ଆକ୍ରନ୍ତଙ୍କ ହେଲେ ବାଲେଶ୍ୱରରୁ। ସେମାନଙ୍କର ତଥ୍ୟ ସରକାର ପ୍ରଦାନ କରିଛ‌ନ୍ତି। ବାଲେଶ୍ୱରରୁ ୩୩ ଜଣ ୨୪ ଜଣ ସୁରାଟ ଫେରନ୍ତା, ୩ ଜଣ ପଶ୍ଚିମବଙ୍ଗ ଫେରନ୍ତା, ୨ ବାଙ୍ଗାଲୁରୁ ଫେରନ୍ତା ଏବଂ ଅନ୍ୟ ତିନିଜଣ କଣ୍ଟେନମେଣ୍ଟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ବୋଲି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି।

ତେବେ ବାଲେଶ୍ୱର ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୦ ରେ ପହଁଚିଛି। ସେମାନଙ୍କ ମଧ୍ୟରୁ ୭୯ ଟି ସକ୍ରିୟ ଆକ୍ରାନ୍ତ ଅଛନ୍ତି। ୧୧ ସୁସ୍ଥ ହୋଇଛନ୍ତି।

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୩୮ ହୋଇଥିବା ବେଳେ ୧୧୬ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୩ ଜଣଙ୍କର ମୃତ୍ୟୁ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.