Home Coronavirus Outbreak ସୁନ୍ଦରଗଡ଼ ଜିଲ୍ଲାରୁ ୭ କରୋନା ଆକ୍ରାନ୍ତ – ରାଉରକେଲା କଣ୍ଟେନମେଣ୍ଟ ଜୋନରୁ

ସୁନ୍ଦରଗଡ଼ ଜିଲ୍ଲାରୁ ୭ କରୋନା ଆକ୍ରାନ୍ତ – ରାଉରକେଲା କଣ୍ଟେନମେଣ୍ଟ ଜୋନରୁ

415

ଭୁବନେଶ୍ୱର ୧୩-୫ (ଓଡ଼ିଆ ପୁଅ) ଆଜି ସକାଳୁ ରାଜ୍ୟରେ ଆଉ ୧୦୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ଜାରି କରିଥିଲେ। ଏହି ୧୦୧ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମର ୫୨ଟି ଥିବା ବେଳେ ବାଲେଶ୍ୱରର ୩୩ ଓ ଯାଜପୁରର ୭ ଟି ରହିଛି। ସୁନ୍ଦରଗଡ଼ରୁ ୭ ଜଣ ଓ କେନ୍ଦୁଝରରୁ ୨ ଜଣ।

ସୁନ୍ଦରଗଡ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୭ ଜଣ କରୋନା ପଜିଟିଭ ରାଉରକେଲାରର କଣ୍ଟେନମେଣ୍ଟ ଜୋନର ବୋଲି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଟ୍ୱିଟ କରି ସୂଚନା ଦେଇଛି।

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୩୮ ହୋଇଥିବା ବେଳେ ୧୧୬ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୩ ଜଣଙ୍କର ମୃତ୍ୟୁ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.