Home Coronavirus Outbreak ରାଜ୍ୟରେ ପୁଣି ୧୦୧ ନୂଆ କରୋନା ଆକ୍ରାନ୍ତ – ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୩୮ କୁ...

ରାଜ୍ୟରେ ପୁଣି ୧୦୧ ନୂଆ କରୋନା ଆକ୍ରାନ୍ତ – ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୩୮ କୁ ବୃଦ୍ଧି

442

ଭୁବନେଶ୍ୱର ୧୩-୫ (ଓଡ଼ିଆ ପୁଅ) : ଆଜି ସକାଳୁ ରାଜ୍ୟରେ ଆଉ ୧୦୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ୫୩୮ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟରୁ ପ୍ରକାଶ ପାଇଛି।

ଏହି ୧୦୧ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମର ୫୨ଟି ଥିବା ବେଳେ ବାଲେଶ୍ୱରର ୩୩ ଓ ଯାଜପୁରର ୭ ଟି ରହିଛି। ସୁନ୍ଦରଗଡ଼ରୁ ୭ ଜଣ ଓ କେନ୍ଦୁଝରରୁ ୨ ଜଣ।

ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧୦ ରେ ପହଂଚିଛି। ଜଣକର ମୃତ୍ୟୁ ହୋଇଛି। ୨୦୯ ଟି ସକ୍ରିୟ ଆକ୍ରାନ୍ତ ଅଛନ୍ତି।

ବାଲେଶ୍ୱର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୯୦ ରେ ପହଂଚିଛି। ୭୯ ଟି ସକ୍ରିୟ ଆକ୍ରାନ୍ତ ଅଛନ୍ତି। ୧୧ ସୁସ୍ଥ ହୋଇଛନ୍ତି।

ଯାଜପୁର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୭୧ ରେ ପହଂଚିଛି। ୩୮ ଟି ସକ୍ରିୟ ଆକ୍ରାନ୍ତ ଅଛନ୍ତି। ୩୩ ସୁସ୍ଥ ହୋଇଛନ୍ତି।

ସୁନ୍ଦରଗଡ଼ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩ ରେ ପହଂଚିଛି। ୧୩ ଟି ସକ୍ରିୟ ଆକ୍ରାନ୍ତ ଅଛନ୍ତି। ୧୦ ସୁସ୍ଥ ହୋଇଛନ୍ତି।

କେନ୍ଦୁଝର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ରେ ପହଂଚିଛି। ୪ ଟି ସକ୍ରିୟ ଆକ୍ରାନ୍ତ ଅଛନ୍ତି।

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୩୮ ହୋଇଥିବା ବେଳେ ୧୧୬ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୩ ଜଣଙ୍କର ମୃତ୍ୟୁ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.