Home ଆମ ପର୍ବ ପର୍ବାଣୀ ଆଜି ବଡଓଷା; ଧବଳେଶ୍ୱର ଚଳଞ୍ଚଳ ଶୈବପୀଠ

ଆଜି ବଡଓଷା; ଧବଳେଶ୍ୱର ଚଳଞ୍ଚଳ ଶୈବପୀଠ

345

କଟକ୧୦ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ ) କଟକ ଜିଲ୍ଲା ଆଠଗଡରେ ଆଜି ଧବଳେଶ୍ୱର ପୀଠରେ  ପ୍ରଭୁ ଧବଳେଶ୍ୱରଙ୍କ ଦର୍ଶନ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ଭକ୍ତଙ୍କ ସୁଅ ଛୁଟିଥିବା ଦେଖିବାକୁ ମିଳିଛି । ତେଣୁ ଭିଡକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।ଆଜି ବଡଓଷା । ଆଜି କାର୍ତ୍ତିକ ମାସ ତ୍ରୟୋଦଶ ତିଥି । ଓଡିଶାର ସମସ୍ତ ଶୈବପୀଠରେ ଆଜି ଏହି ଓଷା ପାଳନ କରାଯାଏ । ଏହି ଦିନରେ ମହାଦେବଙ୍କ ନିକଟରେ ସ୍ୱତନ୍ତ୍ର ଭୋଗ ଲାଗି ହୁଏ । ଏହାକୁ ଗଜ ଭୋଗ କୁହାଯାଏ । ଅରୁଆ ଚାଉଳ ଚୂନା ପ୍ରସ୍ତୁତ ଖଳି, ନଡିଆ, ଗୁଡ, ଗୁଜରାତି ଆଦିରେ ଏହା ପ୍ରସ୍ତୁତ କରି ଭୋଗ କରାଯାଏ । ଭୋଗ ଲଗାଯିବା ପରେ ବ୍ରତଧାରୀ, ଭକ୍ତ ଓ ଶ୍ରଦ୍ଧାଳୁମାନେ ଖାଆନ୍ତି । ମହାନଦୀ ଭିତରେ ଏକ ଟାପୁରେ ଥିବା ଧବଳେଶ୍ୱର ପୀଠରେ ଏହି ଓଷା ପାଇଁ ସ୍ୱତନ୍ତ୍ର ଆୟୋଜନ କରାଯାଇଛି । ବଡ ଓଷା ପାଇଁ ଧବଳେଶ୍ୱରପୀଠରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ସେହିପରି ରାଜ୍ୟର ଅନ୍ୟ ଶୈବପୀଠ ଗୁଡିକରେ ମଧ୍ୟ ବଡଓଷା ପାଇଁ ସ୍ୱତନ୍ତ୍ର ଆୟୋଜନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.