Home ଜିଲ୍ଲା ପରିକ୍ରମା ପୋଖରୀରେ ପଡି ୨ ବର୍ଷର ଶିଶୁପୁତ୍ର ମୃତ

ପୋଖରୀରେ ପଡି ୨ ବର୍ଷର ଶିଶୁପୁତ୍ର ମୃତ

171

ଭଦ୍ରକ, ୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଏହି ଜିଲାର ବାସୁଦେବପୁର ବ୍ଲକ୍ କରିଦା ବିନାୟକପୁର ପଂଚାୟତ ବେଲସାଉଁଳିଆ ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ବେଲସାଉଁଳିଆ ଗ୍ରାମର ବୁଦ୍ଧିରାମ ମଲ୍ଲିକଙ୍କର ୨ ବର୍ଷର ନାବାଳକ ପୁତ୍ର କୃପାସିନ୍ଧୁ ମଲ୍ଲିକ ଖେଳୁଥିବା ବେଳେ ନିଖୋଜ ହୋଇଯାଇଥିଲେ । ପରେ ତାଙ୍କ ମା’ ଗାଁରେ ବହୁତ ଖୋଜାଖୋଜି କରିବା ପରେ ଘର ପାଖ ପୋଖରୀରୁ ସଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରି ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ । ହେଲେ ଡାକ୍ତର ତାଙ୍କ ଶିଶୁପୁତ୍ରକୁ ମୃତ ଘୋଷଣା କରିଥିଲେ । ଶିଶୁଙ୍କ ମୃତ୍ୟୁ ପରେ ଗାଁରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.