Home Top News ଆଜି ଚାଲିଛି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନବଯୌବନ ଦର୍ଶନ ଆରମ୍ଭ

ଆଜି ଚାଲିଛି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନବଯୌବନ ଦର୍ଶନ ଆରମ୍ଭ

52

ପୁରୀ ୨୯-୬ (ଓଡ଼ିଆ ପୁଅ) ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନବଯୌବନ ଦର୍ଶନ ଆରମ୍ଭ ହୋଇଛି। ତାଟି ଫିଟିବା ପରେ ଆରମ୍ଭ ହୋଇଥିଲା ପରିମାଣିକ ଦର୍ଶନ। ଦକ୍ଷିଣ ଦ୍ୱାର ଦେଇ ଶ୍ରଦ୍ଧାଳୁ କରୁଛନ୍ତି ପରିମାଣିକ ଦର୍ଶନ। ସକାଳ ସାଢ଼େ ୭ଟାରୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ନବଯୌବନ ଦର୍ଶନ। ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ନବଯୌବନ ଦର୍ଶନକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଗତକାଲି ସମୟ ନିଘଣ୍ଟ ଜାରି କରାଯାଇଥିଲା। ୧୫ ଦିନର ଅନବସର ପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ। ତେବେ ସକାଳ ୯ଟାରୁ ସାଢ଼େ ୧୦ଟା ଯାଏ ସର୍ବସାଧାରଣ ଦର୍ଶନ ଚାଲିବ। ରାତି ସାଢ଼େ ୧୨ଟା ଯାଏ ବିଭିନ୍ନ ସମୟରେ ସର୍ବସାଧାରଣ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି।
ନବଯୌବନ ଦର୍ଶନ ପାଇଁ ପୁରୀରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଦୁଇ ବର୍ଷ କରୋନା ଯୋଗୁ ନବଯୌବନ ଦର୍ଶନରୁ ବଞ୍ଚିତ ଥିଲେ ଭକ୍ତ। ତେଣୁ ପ୍ରବଳ ଜନସମାଗମ ମଧ୍ୟରେ ଚାଲିଛି ଦର୍ଶନ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.