Home ଓଡ଼ିଶା ଭିଜିଲାନ୍ସ ଜାଲରେ ତହସିଲଦାର

ଭିଜିଲାନ୍ସ ଜାଲରେ ତହସିଲଦାର

144

ସୋରଡ଼ା,୦୬/୦୯,(ଓଡ଼ିଆ ପୁଅ ପି ନାଏକ): ଭିଜିଲାନ୍ସ ଜାଲରେ ପଡ଼ିଲେ ସୋରଡ଼ା ତହସିଲର ଅସୁରବନ୍ଧ ଆରଆଇ ବସନ୍ତ ମଲ୍ଲିକ । ଜଣେ ମହିଳା ଦୁଃଖୀ ମଲ୍ଲିକଙ୍କ ପଟ୍ଟା କରାଇ ଦେବା ପାଇଁ ଚାଳିଶ ହଜାର ଟଙ୍କା ଲାଞ୍ଚ ନେବା ବେଳେ ତାଙ୍କୁ ଭିଜିଲାନ୍ସ ଅଧିକାରୀ ଧରିଥିଲେ । ଗତ ତିତଲି ବନ୍ୟାରେ ଗାଜଲବାଡ଼ିର ଦୁଃଖୀ ମଲ୍ଲିକଙ୍କ ସ୍ୱାମୀ ନକୁଳ ଭୂତାପଙ୍କାଳଠାରେ ଭାସି ଯାଇ ମୃତ୍ୟୁ ବରଣ କରିଥିଲେ । ଏନେଇ ସରକାରଙ୍କ ପକ୍ଷରୁ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ରାଶି ମିଳିଥିଲା । ଏହି ଟଙ୍କା ଆରଆଇ ବସନ୍ତ ମଲ୍ଲିକ କରିଦେଇଥିବା କହି ଦୁଃଖୀଙ୍କୁ ଟଙ୍କା ମାଗୁଥିଲେ । ଏବେ ଜମି ପଟ୍ଟା କରାଇ ଦେବା ପାଇଁ ୪୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଆରଆଇଙ୍କୁ ବ୍ରହ୍ମପୁର ଭିଜିଲାନସ ବିଭାଗର ଟିମ୍‌ ଧରିଥିଲେ । ତାଙ୍କ ନିକଟରୁ ରଙ୍ଗ ଲଗା ଟଙ୍କା ଜବତ କରାଯାଇଥିଲା । ଏଥିସହ ବସନ୍ତଙ୍କ କାର ମଧ୍ୟ ଜବତ ହୋଇଛି ।ଏକକାଳୀନ ତାଙ୍କ ଭଞ୍ଜନଗର ସ୍ଥିତ ବାସଭବନ ଓ ସୋରଡ଼ା ତହସିଲ ଅଫିସରେ ଭିଜିଲାନସ ଅଧିକାରୀ ଖୋଳତାଡ଼ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.