Home ଓଡ଼ିଶା କରୋନା ମୁକାବିଲା ପାଇଁ ଖଣିଜ ପାଣ୍ଠିରୁ ଯୋଡା ପୌରପାଳିକାକୁ ୫୦ ଲକ୍ଷ

କରୋନା ମୁକାବିଲା ପାଇଁ ଖଣିଜ ପାଣ୍ଠିରୁ ଯୋଡା ପୌରପାଳିକାକୁ ୫୦ ଲକ୍ଷ

696

ଯୋଡା, ୨୮ । ୪ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : କରୋନା ମୁକାବିଲା ନିମନ୍ତେ କେନ୍ଦୁଝର ଜିଲ୍ଲା ଖଣିଜ ପାଣ୍ଠିରୁ ଯୋଡା ପୌରପାଳିକା ନିମନ୍ତେ ୨ଟି ପର୍ଯ୍ୟାୟରେ ୫୦ ଲକ୍ଷ ଟଙ୍କାର ଅନୁଦାନ ମିଳିଥିବା ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟ୍ଟଯୋଶୀ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି । ଯୋଡା ପୌରପାଳିକାରେ ୫ଶହରୁ ଉର୍ଦ୍ଧ୍ୱ ସଜ୍ୟା ବିଶିଷ୍ଟ ୮ଟି ସଂଗରୋଦ୍ଧ କେନ୍ଦ୍ର ଖୋଲାଯାଇଥିବା ବେଳେ ଏଗୁଡିକୁ ବିଭିନ୍ନ ଖଣି କମ୍ପାନୀ ସହାୟତା ଯୋଗାଇଦେଇଛନ୍ତି । କେବଳ ପୌରପାଳିକା ପକ୍ଷରୁ ୧୫୨ଟି ନୂତନ ସଜ୍ୟା କିଣା ଯାଇଥିବା ବେଳେ ଏହା ପୌରପାଳିକାର ନିଜସ୍ୱ ପାଣ୍ଠିରୁ ଖର୍ଚ୍ଚ କରାଯାଇଥିବା ଜଣାପଡିଛି । ଏପର୍ଯ୍ୟନ୍ତ ୬ଲକ୍ଷ ଟଙ୍କା ପୌରପାଳିକା ନିଜସ୍ୱ ପାଣ୍ଠିରୁ ଖର୍ଚ୍ଚ କରିଥିବା ନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି । ଏହି କରୋନା ମୁକାବିଲା ଆଗାମୀ ଦିନରେ ଅଧିକ ଦିନ ଧରି ଚାଲିବାକୁଥିବା ଜଣାପଡିଥିବା ବେଳେ ଏହାର ମୁକାବିଲା କରିବା ପାଇଁ ଖଣିଜ ପାଣ୍ଠି ଅନୁଦାନରେ ଏପର୍ଯ୍ୟନ୍ତ ହାତ ମରାଯାଇଥିବା ପୌର ଅଧିକାରୀ ଜଣାଇଛନ୍ତି । ତେବେ ଯେ କୌଣସି ପରିସ୍ଥିତି ଉପୁଜିଲେ ପୌରପାଳିକା ସ୍ୱାବଲମ୍ବି ହୋଇ ଏହାର ମୁକାବିଲା କରିପାରିବ ବୋଲି ପ୍ରସ୍ତୁତ ହୋଇ ରହିଛି ବୋଲି ସେ କହିଛନ୍ତି । ଯୋଡା ପୌରାଞ୍ଚଳରେ ଭିକ୍ଷା ବୃତ୍ତି କରି ଚଳୁଥିବା ୧୫ ଜଣ ବ୍ୟକ୍ତିଙ୍କୁ କମାରଯୋଡା ଆହାର କେନ୍ଦ୍ରରେ ୨ ଓଳି ଖାଇବାର ବ୍ୟବସ୍ଥା କରାଯାଇଛି । ପଡି କାର୍ଡ ମାଧ୍ୟମରେ ପୌରପାଳିକାର ସମସ୍ତ ହିତାଧିକାରୀଙ୍କୁ ୩ମାସର ଚାଉଳ ଏବଂ ନଗଦ ୧ ହଜାର ଟଙ୍କା ପ୍ରଦାନ କରାଯାଇଥିବା ବେଳେ ବିଭିନ୍ନ ସାହି ବସ୍ତିରେ ରହିଥିବା ବିନା କାର୍ଡ ଧାରି ଅସଙ୍ଗଠିତ ଗରିବ ଶ୍ରମିକ ମାନଙ୍କ ପାଇଁ ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯାଇଛି । ଏହି ରନ୍ଧା ଖାଦ୍ୟ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ପୌରପାଳିକା ସହାୟତାରେ ଗରିବ ଲୋକଙ୍କୁ ଯୋଗାଇଦିଆଯାଉଛି । ଏହି ପ୍ରକ୍ରିୟାରେ ଦି ୱାର୍ଲଡ ଭିଜନ ପ୍ରଥମ ସହାୟତାର ହାତ ପଢାଇଥିବା ବେଳେ ପରବର୍ତ୍ତି ସମୟରେ ରୁହାନି କ୍ରିପାଲ ମିସନ, ମାଇନିଙ୍ଗ ଏରିଆ ଟ୍ରକ ୱନର ଆସୋସିଏସନ, ଯୋଡା ଟ୍ରକ ୱନର ଆସୋସିଏସନ୍‌, ଶିରିଡି ସାଇ ସେବା ସଂସ୍ଥା ପ୍ରମୁଖ ଏହି ରନ୍ଧା ଖାଦ୍ୟ ଯୋଗାଇଦେଇଆସୁଛନ୍ତି । ଦୈନିକ ପ୍ରାୟ ୧ ହଜାରରୁ ଉର୍ଦ୍ଧ ପ୍ୟାକେଟ ୨ ଓଳି ରନ୍ଧା ଖାଦ୍ୟ ଯୋଗାଇଦିଆଯାଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.