Home ଓଡ଼ିଶା ଆଜିଠୁ କଢାଯିବ ତେଲ

ଆଜିଠୁ କଢାଯିବ ତେଲ

156

ଭୁବନେଶ୍ଵର,୨୮/୦୮,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ): ଆଜିଠୁ ଚିଲିକା ରାଜହଂସ ନିକଟରେ ଥିବା ମାଲେସିଆ ଜାହାଜରୁ ବାହାର କରାଯିବ ତେଲ । ଏଥିଲାଗି ଏକ ଟିମ ପହଞ୍ଚି ସାରିଥିବା ଜିଲ୍ଲାପାଳ ବଲଓ୍ଵନ୍ତ ସିଂ ସୂଚନା ଦେଇଛନ୍ତି । ସୋମବାର ଜାହାଜ ଇଞ୍ଜିନରେ ଥିବା ୩୦ ହଜାର ଲିଟର ତେଲ କଢାଯିବାର ଥିଲା । ତେବେ ତେଲ କାଢିବାକୁ ଥିବା ଟିମ ଘଟଣା ସ୍ଥଳରେ ପହଞ୍ଚି ପାରିନଥିଲେ । ଫଳରେ ତେଲ କାଡିବାରେ ବିଳମ୍ବ ହୋଇଛି । ଗତକାଲି ତେଲ କାଡିବାକୁ ଛୋଟ କଣ୍ଟେନର ନେଇ ଏକ ଟିମ ପହଞ୍ଚିଛନ୍ତି ।

ଆଜି ତେଲ କାଢି କଣ୍ଟେନରରେ ନେଇ ଜେଟିକୁ ଯିବେ । ତେଲ କାଢିବା ପ୍ରକ୍ରିୟା ପାୟ ୩ ଦିନ ଚାଲିବ । ଏହାପରେ ଜହାଜରୁ ତେଲ ନେବାର ବ୍ୟବସ୍ଥା କରିବେ । ସେପଟେ ଜାହାଜର କଣ୍ଟେନର୍‌ର ଗୋଟିଏ ପାଶ୍ୱ ଅପରାହ୍ନରେ ଢଳି ପଡିଛି । ଖରାପ ପାଗ ଏବଂ ସମୁଦ୍ରରେ ଜୁଆର ଯୋଗୁଁ କଣ୍ଟେନର ଢଳି ପଡିଥିବା ଯଣାପଡିଛି । ୨ରୁ୩ ଦିନ ମଧ୍ୟରେ କଣ୍ଟେନର ଓ ଜାହାଜ ଫେରିଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.