Home Top News ଦୁଷ୍କର୍ମ ଏବଂ ଲୁଟ୍‌ ଘଟଣାରେ ସିଆର୍‌ପିଏଫ୍ ଯବାନ ଗିରଫ

ଦୁଷ୍କର୍ମ ଏବଂ ଲୁଟ୍‌ ଘଟଣାରେ ସିଆର୍‌ପିଏଫ୍ ଯବାନ ଗିରଫ

136

ନୂଆ ଦିଲ୍ଲୀ ୧୯ ଜୁଲାଇ (ଓଡ଼ିଆ ପୁଅ) ଦୁଷ୍କର୍ମ ଏବଂ ଲୁଟ୍‌ ଘଟଣାରେ ସିଆର୍‌ପିଏଫ୍ ଯବାନ ଗିରଫ। ଏଭଳି ଏକ ଚକିତ କଲାପରି ଘଟଣା ଘଟିଛି ସୁନ୍ଦରଗଡ଼ରେ। ମିଡ଼ଆ ରିପୋର୍ଟ ଅନୁଯାୟୀ, ଯାଜପୁରର କଳିଙ୍ଗ ରୌରବ ପରିଡ଼ା ନାମକ ଜଣେ ସିଆର୍‌ପିଏଫ୍ ଯବାନଙ୍କୁ ନୟାଗଡ଼ ଶରଣକୁଳରୁ ଗିରଫ କରାଯାଇଛି। ଏ ନେଇ ବଣେଇ ଏସ୍‌ଡ଼ିପିଓ ସୌରଭ କୁମାର ଓତା ସୂଚନା ଦେଇଛନ୍ତି।

ରିପୋର୍ଟ ଅନୁଯାୟୀ, କଳିଙ୍ଗ ଗୌରବ ପରିଡ଼ା ଲାଦାଖରେ ପୋଷ୍ଟିଂ ଥିଲା। କିଛିଦିନ ତଳେ ସେ ତା’ ଗାଁକୁ ଛୁଟିରେ ବୁଲିବାକୁ ଆସିଥିଲା। ଏହାପରେ ସେ ସୁନ୍ଦରଗଡ଼ ଜିଲ୍ଲାର ବଣେଇରେ ତା’ର ଜଣେ ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଯାଇଥିଲା। ସେଠାରେ ଥିବା ଜଣେ ଫରେଷ୍ଟ ଗାର୍ଡ଼ଙ୍କୁ ଛୁରୀ ଦେଖାଇ ଧମକାଇବା ସହିତ ଜୋର ଜବରଦସ୍ତ ତା’ ଘରେ ଦୁଇଦିନ ରହିଥିଲା ଏବଂ ଦୁଷ୍କର୍ମ କରିବା ପରେ ୫୦ ହଜାର ଟଙ୍କା ସହିତ ସୁନା ଲୁଟ କରି ଚାଲିଯାଇଥିଲା। ଏବେ ତାକୁ ଶରଣକୂଳରୁ ଗିରଫକରି କୋର୍ଟ ଚାଲାଣ କରିବା ପରେ ବଣେଇ ଆଣି ଜେରା କରାଯିବ ବୋଲି ପୋଲିସ୍ କହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.